ଜୈବ ବିବିଧତା ଉତ୍ସବ : ବିଶ୍ୱ ଖାଦ୍ୟ ଦିବସ ୨୦୨୪ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପବିତ୍ର ନୃସିଂହନାଥ ପରିସରରେ ବିଶ୍ଵ ଖାଦ୍ୟ ଦିବସ ଅବସରରେ ଜୈବ ବିବିଧତା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଉତ୍ସବ ପାଇକମାଲ ଅହିଂସା କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏନେଇ ଅନୁଷ୍ଠିତ ସଭାରେ ଡୋଲାମନି ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ଭାବେ ଏଡିଓ ପ୍ରଭାସ କୁମାର ପଣ୍ଡା, ଡିପିସି ୱାସାନ ସବ୍ୟସାଚୀ ହନୁମାନ, ଯାଦବ ନିଲି ଠାକୁର, ଦିନେଶ ବାଲମ୍, ସମାଜସେବୀ ତଥା ପ୍ରକୃତି ବନ୍ଧୁ ବଡ଼ ଶତପଥି, ସ୍କିମ୍ ଅଫିସର ଅଞ୍ଜନ କୁମାର ନାୟକ, ବିଏଓ ସୋମନାଥ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ସରୋଜ ସାମଲ, ରାମ କୁମାର ଗୁପ୍ତା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଶ୍ଵ ଖାଦ୍ୟ ଦିବସ ଅବସରରେ ଅମୃତର ସନ୍ତାନ ଅମୃତ ଖାଇବା ବଦଳରେ ପରୋକ୍ଷରେ ବିଷ ଖାଉଛେ, ଯେଉଁ ଜିନିଷ ଯେଉଁ ଅନ୍ନ ଉପାର୍ଜନ କରୁଛି ସେଥିରେ ବେଶୀ ଉପାର୍ଜନ ହେବ ବୋଲି ସାର ରୂପକ ବିଷ ପ୍ରୟୋଗ କରୁଛି । ଏଣୁ ଜୈବିକ ପଦ୍ଧତିରେ ଅନ୍ନ ଉପାର୍ଜନ କଲେ ବିଷ ବଦଳରେ ଅମୃତ ଖାଇବାକୁ ମିଳିବ ବୋଲି ଅତିଥି ମତ ପ୍ରକାଶ କରିଥିଲେ । ବିଶ୍ଵ ତାପ ନୀୟତ୍ରଣ ପାଇଁ ସମସ୍ତେ ବୃକ୍ଷ ଲଗାଇବା ପାଇଁ ପ୍ରକୃତି ବନ୍ଧୁ ଶ୍ରୀ ଶତପଥି କହିବା ସହ ମୁଖ୍ୟ ଅତିଥି ସାଂସଦ ଶ୍ରୀ ପୁରୋହିତଙ୍କୁ ଗୋଟିଏ ବୃକ୍ଷ ପ୍ରଦାନ କରିଥିଲେ । ସଭାର ଉଦ୍ଦେଶ୍ୟ ଜ୍ଞାପନ ବିଶିଷ୍ଟ କୃଷକ ନେତା ସରୋଜ ମହାନ୍ତି କରିଥିବା ବେଳେ ସଭା ପରିଚାଳନା ଶିବପ୍ରସାଦ ସାହୁ ପରିଚାଳନା କରିଥିଲେ । ୨ୟ ଅଧିବେଶନରେ ଡୋଳାମଣି ମାହାରଙ୍କ ପରିଚାଳନାରେ ବିଭିନ୍ନ ସ୍କୁଲ କଲେଜର କୃତି ଛାତ୍ରଛାତ୍ରୀ, କୃଷକ, ସ୍ଵୟଂ ସହାୟିକା ଗୋଷ୍ଠୀ ତଥା ଯମୁନା କନ୍ଧୁଣି ବାଳିକା ଉଚ୍ଚ ବିଦ୍ୟାଳୟର ନେନୃତ୍ୱରେ ଭାଗ ନେଇଥିବା ଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଏଥିସହ ଅହିଂସା କ୍ଲବ ପକ୍ଷରୁ ଗୁରୁଜୀ ଓ କୁଦୋ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ସରକାର ପ୍ରୋସାହନ ଦେବା ପାଇଁ ସାଂସଦ ପୁରୋହିତଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେବାପାଇଁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଶେଷରେ ନୀଳମଣି ପୁରୋହିତ ଧନ୍ୟବାଦ ଅର୍ପଣ କରୁଥିବା ବେଳେ ଗୌରଚନ୍ଦ୍ର ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ପ୍ରାୟ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.