ଦୀପକ୍ ମୁଦୁଲିଙ୍କ ସୌଜନ୍ୟରେ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘ ୧୦ ଦିନଧରି ଚଳଚଞ୍ଚଳ ହୋଇଉଠିଥିବା ଛତ୍ରପୁର ସହରର କଳ୍ପବାସିନୀ ଦେବୀ ପୀଠରେ ପାଳିତ ହୋଇ ଆସୁଥିବା ନବରାତ୍ର ପୂଜା ଉଦ୍‌ଯାପିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଦୀପକ୍ ମୁଦୁଲିଙ୍କ ସୌଜନ୍ୟରେ ଏହି ଅବସରରେ ଏକ ବର୍ଣ୍ଣାଢ଼୍ୟ ପଟୁଆରର ଶୋଭାଯାତ୍ରା ଆୟୋଜିତ ହୋଇ ସହରଟି ସାରା ଉତ୍ସବ ମୁଖର ହୋଇ ଉଠିଥିଲା । ଛତ୍ରପୁର ସହରର ରିକାପଲ୍ଲୀ ସ୍ଥିତ କଳ୍ପବୃକ୍ଷ ମୂଳେ ପୂଜିତା ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ଅଧୁନା କଳ୍ପବାସିନୀ ନାମେ ଖ୍ୟାତ । ଏହା ପ୍ରାୟତଃ ୧୫୦ ବର୍ଷର ବହୁ ପୁରାତନ ପ୍ରତିଷ୍ଠିତ ଶକ୍ତି ପ୍ରଦାୟୀନି ମା’ ଚଣ୍ଡୀଙ୍କ ଆସ୍ଥାନ ଅଟେ । ଏଠାରେ ବର୍ଷ ବର୍ଷ ଧରି ପୁରୁଷାନୁକ୍ରମିକ ଭାବେ ଏଠାରେ ନବରାତ୍ର ପୂଜା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜନ ହୋଇଥାଏ । ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନବରାତ୍ର ପୂଜା ପାର୍ବଣ ପାଳିତ ହୋଇ ବର୍ଣ୍ଣାଢ଼୍ୟ ପଟୁଆରରେ ସହର ପରିକ୍ରମଣ ହୋଇ ରିକାପଲ୍ଲୀ ଗେଟ୍ ବନ୍ଧ ପୋଖରୀରେ ପାରମ୍ପରିକ ଭାବେ ବିସର୍ଜନ ହେଇଯାଇଛି । ବର୍ଣ୍ଣାଢ଼୍ୟ ସମାରୋହରେ ଦେବୀଙ୍କ ଭସାଣୀ ଯାତ୍ରାବେଳେ ଅଗଣିତ ଭକ୍ତଜନଙ୍କ ସମାଗମରେ ବିଭିନ୍ନ ଲୋକ ନାଟ୍ୟଦଳ ପରିବେଷଣ ସହ ନଗର ପରିଭ୍ରମଣ ଖୁବ୍ ଉତ୍ସବ ମୁଖର ହୋଇଉଠିଥିଲା । ଠାକୁରାଣୀଙ୍କର ପବିତ୍ର ଶାରଦୀୟ ଦୁର୍ଗାପୂଜାର ଷଷ୍ଠୀ ଦିବସ ସମାରୋହ ସହ ସପ୍ତମୀ ଦିନ ପ୍ରାୟତଃ ୫ ହଜାର ଲୋକଙ୍କ ପାଇଁ ଅନ୍ନଯଜ୍ଞ ପ୍ରସାଦ ବ୍ୟବସ୍ଥାପନା ଏବଂ ବର୍ଣ୍ଣାଢ଼୍ୟ ପଟୁଆରରେ ଭସାଣୀ ଉତ୍ସବ ବିଶିଷ୍ଟ ସମାଜସେବୀ ଦୀପକ୍ ମୁଦୁଲିଙ୍କ ସୌଜନ୍ୟରେ ସମ୍ପାଦିତ ହୋଇଥିଲା । ମୁଖ୍ୟ କର୍ତ୍ତା ଦୀପକ୍ ମୁଦୁଲିଙ୍କ ଘର ଅଭିମୁଖେ ଦେବୀଙ୍କ ଭସାଣୀ ଉତ୍ସବ ଆସି ତାଙ୍କରି ଘର ଦ୍ୱାର ସମ୍ମୁଖରେ ଦେବୀଙ୍କୁ ଭୋଗରାଗ ଅର୍ପଣ, ପୂଜାର୍ଚ୍ଚନା ହେଇଥିଲା । ଘଟ ଓ ପୂର୍ଣ୍ଣ କଳସ ଧରିଥିବା ୨୧ ଜଣ ମହିଳାଙ୍କୁ ଦେବୀ ସ୍ୱରୂପ ଆରତୀ ବନ୍ଦାପନା କରାଯାଇଥିବା ପରମ୍ପରା ଖୁବ୍ ନିଆରା ଥିଲା । ସେଠାରୁ ବର୍ଣ୍ଣାଢ଼୍ୟ ପଟୁଆର ଶୋଭାଯାତ୍ରାରେ ନଗର ପରିଭ୍ରମଣ ହୋଇ ଭସାଣୀ ସମ୍ପନ୍ନ ହୋଇଛି । ଦୀପକ୍ ମୁଦୁଲିଙ୍କ ସୌଜନ୍ୟରେ ସମ୍ପାଦିତ ହୋଇଥିବା ନେଇ ଅଗଣିତ ଭକ୍ତମାନେ, ମନ୍ଦିର କମିଟି ଏବଂ ରିକାପଲ୍ଲୀ ବାସିନ୍ଦା ଲୋକେ ଶ୍ରୀ ମୁଦୁଲି ବାବୁଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.