ସାଲେଭଟାରେ ରାବଣପୋଡ଼ି ମହୋତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଚଣ୍ଡୀ ମନ୍ଦିର ପଡିଆ ଠାରେ ସପ୍ତମ ବର୍ଷ ରାବଣପୋଡ଼ି ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ସର୍ବପ୍ରଥମେ ପୂର୍ଣ୍ଣମାସୀ ମନ୍ଦିର ଠାରୁ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ରଥ ବାହାରି ନଗର ପରିକ୍ରମା କରିଥିବା ବେଳେ ମହାଦେବ ମନ୍ଦିରରୁ ଲଙ୍କା ନରେଶ ରାବଣ ସଦଳବଳେ ନଗର ଭ୍ରମଣ କରି ମଞ୍ଚରେ ଉପସ୍ଥିତ ହୋଇଥିଲେ । କମିଟି ସଭାପତି ରାଜୁ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ଗୋବିନ୍ଦ ସାହୁ ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ଯୁବନେତା ଆକାଶ ମିଶ୍ର ସାଂସ୍କୃତିକ ଭାବଧାରା ବଜାୟ ରଖିବା ପାଇଁଁ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ ପାଇଁ ଆହ୍ୱାନ ରଖିଥିଲେ । ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ ଧନ୍ୟବାଦ ଦେଇଥିଲେ । ରାମଲୀଳା କଳାକାର ଉପେନ୍ଦ୍ର ସାହୁ, ରାଧେଶ୍ୟାମ ଦିଶ୍ରୀ, ପ୍ରଶନ୍ନ ଦିଶ୍ରୀ, ଗଣ୍ଡାରାମ ସାହୁ, ଅବସରପ୍ରାପ୍ତ ସୈନିକ ବନମାଳୀ ପଧାନ, ମରଣୋତ୍ତର ଭାବେ ସ୍ୱର୍ଗତ ସୁବନ ସା, ଭିକାରୀ ଦିଶ୍ରୀ ଓ ରାମ ପ୍ରସାଦ ମିଶ୍ରଙ୍କ ଉତ୍ତରାଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାବଣ ଭୂମିକାରେ ଅକ୍ଷୟ ସାହୁ ଓ ଶ୍ରୀରାମ ଭୂମିକାରେ ଦିଲ୍ଲୀପ ବାରିକ ଅଭିନୟ କରିଥିଲେ । ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ କରାଯାଇଥିବା ବେଳେ କୁନି କୁନି କଳାକାର ମାନଙ୍କୁ ଆଗଲପୁର ଜୋନ୍‌ ୨ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଆଡଭୋକେଟ୍ ବିଜୟ କୁମାର ବାବୁ ଉତ୍ସାହିତ କରିଥିଲେ । ମୁରଶୁଣ୍ ସରପଞ୍ଚ ରଥି ସାହୁ, ସାଲେଭଟା ସରପଞ୍ଚ ବିଜୟ ବେହେରା, ଲୁହୁରାମୁଣ୍ଡା ସରପଞ୍ଚ ପ୍ରତିନିଧି ବିରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଗଙ୍ଗା ଶଙ୍କର ସାହୁ ଓ ଶ୍ରୀକାନ୍ତ ଦାସ ତତ୍ତ୍ଵାବଧାନରେ ସଦାନନ୍ଦ ସାହୁ ଓ ସଜନ ଅଗ୍ରୱାଲ ପରିଚାଳନା କରିଥିଲେ । ସହଦେବ ଭୁଏ, ଚନ୍ଦନ ପଟ୍ଟନାୟକ, ମୁରାରୀ ବାବୁ, ଦାମୋଦର ହୋତା, ପିଙ୍କୁ ବିଶ୍ୱାଳ, ନରେଶ ଅଗ୍ରୱାଲ, ଦିଲ୍ଲୀପ ମିଶ୍ର, ଧନଞ୍ଜୟ ମିଶ୍ର, ସୁରେଶ ପଣ୍ଡା, ସୁଶୀଳ ଗୁରୁ, ଅରବିନ୍ଦ ଶତପଥୀ, ବିଶ୍ୱଜିତ, ଶ୍ରୀଧର ସେଠ୍ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.