ମୁରିବାହାଲ ଡ଼ିଗ୍ରୀ କଲେଜରେ ସପ୍ତାହ ବ୍ୟାପି ଚାଲିଥିବା ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ସପ୍ତାହ ବ୍ୟାପି ସ୍ୱତନ୍ତ୍ର ଜାତୀୟ ସେବା ଶିବିର କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ପୂର୍ବରୁ ମହାବିଦ୍ୟାଳୟ ପରିସର ଓ ପୋଷ୍ୟ ଗ୍ରାମ ଘୁଷୁରାମୁଣ୍ଡା ଗ୍ରାମରେ ବୃକ୍ଷରୋପଣ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ଗୁଣସାଗର ମେହେର ଓ ସୋମେଶ ଦତ୍ତ ହୋତା ତଥା ମୁଖ୍ୟବକ୍ତା ଭାବେ ବରିଷ୍ଠ ଓଡିଆ ଅଧ୍ୟାପକ ଦିଲୀପ କୁମାର ପଶାୟତ ଯୋଗଦେଇ ସ୍ୱତନ୍ତ୍ର ଜାତୀୟ ସେବା ଶିବିରର ସ୍ୱତନ୍ତ୍ରତା ଉପରେ ଆଲୋକପାତ କରିଥିଲେ । ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବ ଶେଷରେ ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଜାତୀୟ ସେବା ଶିବିରର ପ୍ରୋଗ୍ରାମ୍‌ ଅଫିସର ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଭ୍ରିଙ୍ଗରାଜ ରଣା, ପ୍ରେମଚାନ୍ଦ ତାଣ୍ଡି, ପଙ୍କଜ ସାହୁ, ଫାଲଗୁନି ଦାସ, କୈଳାସ ଯାନୀ, ବାବୁଲାଲ ନାଏକ, ମୀରାବାଇ ଗଡତ୍ୟା, ଶୈଳିକା ନାୟକ, ସରିତା ରଣା, ଯଶୋସ୍ମିତା ବେହେରା, ପର୍ଶୁରାମ ବାଗଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସମସ୍ତ ସ୍ୱେଚ୍ଛାସେବୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave A Reply

Your email address will not be published.