
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଈଶ୍ୱରୀୟ ଜ୍ଞାନ କାର୍ଯ୍ୟକ୍ରମ ଯାହା ଚୈତନ୍ୟ ଦେବୀ ମଣ୍ଡପରେ ଅଭିନୀତ ଚେତନଲୀଳା ରବିବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଦୀର୍ଘ ୬ଦିନ ଧରି ସମାହିତ ହୋଇଆସିଥିବା ଛତ୍ରପୁର ମୁଖ୍ୟ ଷ୍ଟାଡିୟମ୍ ପରିସରରେ ଆୟୋଜିତ ଚୈତନ୍ୟ ଦେବୀ ମଣ୍ଡପରେ ଚେତନଲୀଳା ଅଭିନୀତ କାର୍ଯ୍ୟକ୍ରମର ଉଦ୍ଯାପନୀ ଦିବସରେ ଅର୍ଥାତ୍ ଠାକୁରାଣୀ ଯାତ୍ରା ଶେଷ ଦିବସରେ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଛତ୍ରପୁର ଏନ୍. ଏ. ସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ କାଉନ୍ସିଲର୍ ଦେବାଶିଷ ମିଶ୍ର, ଡି. ଇନ୍ଦୁ, ବି. ନିଶ୍ଚଳା, ଏମ୍. ଅରୁନ୍ଧୁତି ପ୍ରମୁଖ ସମସ୍ତ କାଉନ୍ସିଲର୍ ଗଣ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ । ବ୍ରହ୍ମା କୁମାରୀ ସଂସ୍ଥାନର ସକ୍ରିୟ ସର୍ବଧର୍ମଙ୍କ ପିତା ପରମାତ୍ମା ଶିବଙ୍କ ବିଭିନ୍ନ ରୂପରେ ଜୀବନ୍ତ ରହିଥିବା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ମୂର୍ତ୍ତି ରୂପରେ ମଞ୍ଚରେ ପ୍ରଦର୍ଶନ କରିଥିଲେ । ପ୍ରକାଶ ଥାଉକି, ଛତ୍ରପୁରରେ ଚାଲିଥିବା ଠାକୁରାଣୀ ଯାତ୍ରା ମେଳା ପସରାରେ ଅଗଣିତ ଦର୍ଶକଙ୍କୁ ଆଧ୍ୟାତ୍ମିକ ଈଶ୍ୱରୀୟ ଜ୍ଞାନରେ ପ୍ରଭାବିତ କରିବା ନେଇ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଛତ୍ରପୁର ଷ୍ଟାଡିୟମ୍ରେ ଆୟୋଜିତ ହୋଇଛି ମୀନାବଜାର, ଦୋଳିର ପସରାରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଆସିଛି । ଯାତ୍ରା ଦେଖି ଦର୍ଶକ ବିମୋହିତ ହେବା ସାଂଗକୁ ଦୋଳି ପସରାର ମଜା ନେଉଛନ୍ତି । ଏହି ଅଗଣିତ ଦର୍ଶକଙ୍କୁ ଆଧ୍ୟାତ୍ମିକ ଈଶ୍ୱରୀୟଜ୍ଞାନ ଓ ଈଶ୍ୱରୀୟ ସନ୍ଦେଶ ଓ ବିଶ୍ୱାସରେ ପ୍ରଭାବିତ କରିବା ପାଇଁ ଛତ୍ରପୁରର ବ୍ରହ୍ମା କୁମାରୀ ସଂସ୍ଥାନ ବିହିତ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ଜୀବନ୍ତ ମୂର୍ତ୍ତି ରୂପରେ ପରିବେଷଣ କରି ଜନତାଙ୍କୁ ଈଶ୍ୱରୀୟ ଜ୍ଞାନ ଓ ସନ୍ଦେଶରେ ଆକର୍ଷିତ କରିବାରେ ଏକ ସୁନ୍ଦର ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଆଶ୍ରମ ସଞ୍ଚାଳିକା ବ୍ରହ୍ମା କୁମାରୀ, ବିଜୟ ଲକ୍ଷ୍ମୀ ଭଉଣୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ-ନେତୃତ୍ୱ ନେଇଥିବା ବେଳେ ସମସ୍ତ ଭାଇ ଓ ଭଉଣୀମାନେ ଉପସ୍ଥିତ ରହିବା ସାଙ୍ଗକୁ ବି. କେ. ଦିପା ଭଉଣୀ, ବି. କେ. ରଜନୀ କାନ୍ତ ଭାଇ, ବି. କେ. ଭାଗ୍ୟ ଭଉଣୀ, ବି. କେ ପିଙ୍କି ଭଉଣୀ, ବି. କେ ମାମାଲି ଭଉଣୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।