oum

ତ୍ରିଦିବସୀୟ ଜିଜ୍ଞାସା ପ୍ରଶିକ୍ଷଣ ଉଦ୍‌ଯାପିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା ଆକାଂକ୍ଷୀ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଜିଜ୍ଞାସା ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରକୁ ଦ୍ଵିତୀୟ ଦିବସରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ କୁମାର ପଟ୍ଟନାୟକ ପରିଦର୍ଶନରେ ଆସି ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ସାଧନକର୍ମୀ ମାନସ ରଞ୍ଜନ ଶତପଥୀ ଓ ମୋହନ ରଣା ପର୍ଯ୍ୟାୟ କ୍ରମେ ସମସ୍ତ ପାଠ୍ୟକ୍ରମକୁ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ । ଏହି ଶିବିରରେ ରାଜବୋଡ଼ାସମ୍ବର ଓ ଗାଇସିଲେଟ ବ୍ଲକରୁ ଆସିଥିବା ୫୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିବା ସହ ଗ୍ରୁପ ଉପସ୍ଥାପନା ଗୁଡ଼ିକ ଚମତ୍କାର ଢ଼ଙ୍ଗରେ ପରିବେଷଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଜିଜ୍ଞାସା ପ୍ରଶିକ୍ଷଣ ହାଇସ୍କୁଲ ସ୍ତରୀୟ ଛାତ୍ରଛାତ୍ରୀଙ୍କର ବିଜ୍ଞାନ ବିଷୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ।

Leave A Reply

Your email address will not be published.