oom

ନୃସିଂହ ଓ ମହାଦେବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗନିଆଁପାଲି ଗ୍ରାମରେ ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁ ଓ ମହାଦେବ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଗ୍ରାମର ଶହ ଶହ ପୁରୁଷ ଓ ମହିଳା ଗ୍ରାମ ପୋଖରୀରୁ ପୂଜାର୍ଚ୍ଚନା କରି ସଂକୀର୍ତ୍ତନ୍ୟ ସହ କଳସ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରି କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ମୁଖ୍ୟ ପଣ୍ଡିତ ଅତ୍ରାହି ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ସହଯୋଗୀ ପଣ୍ଡିତମାନଙ୍କ ସହ ଅଂକୁରା ରୋପଣ, ଶାଳା ସଂସ୍କାର, ଅଗ୍ନି ସ୍ଥାପନ, ଯୁପ ପ୍ରତିଷ୍ଠା, କୁମ୍ଭ ପ୍ରତିଷ୍ଠା, ଧାନ୍ୟାଭିଷେକ, ମହାସ୍ନାନ, କୁମ୍ଭ ରୋପଣ, ରମୁଦ, କୁମ୍ଭ ପ୍ରତିଷ୍ଠା, ଧ୍ଵଜା ରୋପଣ ତଥା ଷୋହଲ ପ୍ରହରୀ ନାମଯଜ୍ଞ ଓ ପୂଜା ହୋମ ସହ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ଏହି ପ୍ରତିଷ୍ଠା ମହୋତ୍ସବରେ ଗ୍ରାମର ଗୌନ୍ତିଆଙ୍କ ସହ ମୋଟ ଦଶ ଜଣ ସସ୍ୱୀକ କର୍ତ୍ତା ଦାୟୀତ୍ୱ ତୁଲାଇଥିଲେ । ଏହି ଅବସରରେ ପ୍ରତିଦିନ ଗାୟୀକା ମଂଜୁଲତା ତ୍ରିପାଠୀଙ୍କ ଦ୍ୱାରା ପାରାୟଣ, ଅନୁଷ୍ଠିତ ହୋଇଥିଲା । ନାଟକ, ଦଣ୍ଡ ନୃତ୍ୟ, ପାଲା, ମୀନା ବଜାର, ଅନ୍ନଛତ୍ର ଅନୁଷ୍ଠିତ ହୋଇଥଲା । ଏତଦ୍‌ ବ୍ୟତୀତ ପ୍ରତିଦିନ ସଂଧ୍ୟାରେ ହିରଣ୍ୟ କଶ୍ୟପ ଦରବାର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମହାରାଜ ହିରଣ୍ୟ କଶ୍ୟପ ଭୂମିକାରେ କଳାକାର ଉପେନ୍ଦ୍ର ବିଶ୍ୱାଲ ଓ ସାଥୀମାନେ ଅଭିନୟ କରିଥିଲେ । ଏହି ମହୋତ୍ସବରେ ପ୍ରତ୍ୟହ ହଜାର ହଜାର ଦର୍ଶକଙ୍କ ନୃସିଂହ ଓ ମହାଦେବପ୍ରଭୁଙ୍କ ଦଶନ ପାଇଁ ଲୋକଙ୍କ ସମାଗମ ହୋଇଥିଲା ଗ୍ରାମବାସୀଙ୍କ ସହଯୋଗରେ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଥିଲା ।

jittmm
Leave A Reply

Your email address will not be published.