oum

ଛତ୍ରପୁରର ମା’ ବ୍ୟାଘ୍ର ଦେବୀଙ୍କ ଯାତ୍ରା ବୁଧବାର ପାହାନ୍ତିରେ ଉଦ୍‌ଯାପିତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରିଜର୍ଭ ପୋଲିସ ଲାଇନ୍‌ରେ ନବଦିନ ବ୍ୟାପୀ ବର୍ଣ୍ଣାଢ଼୍ୟ ସମ୍ଭାରରେ ପାଳିତ ହୋଇଆସିଥିବା ମା’ କୁଲାଡ଼-ବ୍ୟାଘ୍ର ଦେବୀଙ୍କ ଯାତ୍ରା ମଙ୍ଗଳବାର ରାତ୍ରୀ ବୁଧବାର ପାହାନ୍ତିରେ ଉଦ୍‌ଯାପିତ ହେଇଯାଇଛି । ଗତ ୩ ତାରିଖରେ ଆରମ୍ଭ ହୋଇଥିବାବେଳେ ମା’ କୁଲାଡ଼-ବ୍ୟାଘ୍ର ଦେବୀଙ୍କ ଯାତ୍ରା ମଙ୍ଗଳବାର ନବମ ସନ୍ଧ୍ୟା ହେଉଛି, ଦେବୀଙ୍କ ଅନ୍ତିମ ସନ୍ଧ୍ୟା ହେତୁ ଦେବୀଙ୍କ ବିଜେସ୍ଥଳ ତଥା ଆଡ଼ପ ମନ୍ଦିରରେ ସ୍ଵତନ୍ତ୍ର ଭାବେ ପୂଜାର୍ଚ୍ଚନା ଏବଂ ଭକ୍ତଜନଙ୍କ ଶେଷ ଦର୍ଶନ କରିବା ନିମିତ୍ତ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଭକ୍ତମାନେ ଯେଝା ମାନସିକ କାର୍ଯ୍ୟ କରିବାକୁ ଆସି ଦେବୀଙ୍କଠାରେ ପିଠା ପଣା, ଭୋଗ ରାଗ ଆଦି ସହ ପାନିଆ, ଫରୁଆ, ନାଲି ରଙ୍ଗର ବସ୍ତ୍ର ଆଦି ମା’ଙ୍କ ଠାରେ ଲାଗି କରାଇ ନିଜ ନିଜର ମଙ୍ଗଳ କମାନା କରିଛନ୍ତି । ଶେଷ ଦିନ ଦେବୀ ଦଶଭୁଜା ମହାମାୟୀ ନିଜର ସହଚାରୀଙ୍କ ସହ ସବୁଦିନ ଭଳି ଘଟ ପରିକ୍ରମାରେ ବାହାରି ବୁଧବାର ପାହାନ୍ତିରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

Leave A Reply

Your email address will not be published.