ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଜମଲାଠାରେ ଚାଲିଥିବା ୨୪ତମ ସନ୍ରାଇଜ୍ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ରବିବାର ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ମେଲଛାମୁଣ୍ଡା ଦଳକୁ ହରାଇ ଭେଉଁରିଆ ଦଳ ଚମ୍ପିୟାନ ହୋଇଛନ୍ତି । ମ୍ୟାଚ୍ ପରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଅମୃତଲାଲ ମେହେର ମୁଖ୍ୟଅ ତିଥି ରୂପେ ଏବଂ ରବିଶଙ୍କର ଭୋଇ, ପ୍ରତାପ ଜୁଏଡ଼ ଓ ଈଶ୍ୱର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ନଗଦ ପୁରସ୍କାର ସହିତ ଟ୍ରଫି ପ୍ରଦାନ କରିଥିଲେ । ଭେଉଁରିଆ ଦଳର ଆୟୁଷଙ୍କୁ ମେନ୍ ଅଫ୍ ଦି ମ୍ୟାଚ୍ ଓ ମେଲଛାମୁଣ୍ଡା ଦଳର ଅମନଙ୍କୁ ମେନ୍ ଅଫ୍ ଦି ସିରିଜ୍ ପ୍ରଦାନ କରାଯାଇଥିଲା । ଏହି ମ୍ୟାଚ୍ରେ ଅନ୍ତର୍ଯ୍ୟାମୀ, ଦିଲ୍ଲୀପ, ହନୁ, କୃପା ଓ ସନମ ଅମ୍ପ୍ୟାରିଂ ଏବଂ ପ୍ରିୟବ୍ରତ, କ୍ଷିତିଶ ଓ ପ୍ରଦୀପ ସ୍କୋରିଂ ଦାୟିତ୍ଵ ତୁଳାଇଥିଲେ । ଶ୍ୟାମବନ୍ଧୁ, ରୂପକ ଓ ଦିଲ୍ଲୀପ ଧାରାବିବରଣୀ ପ୍ରଦାନ କରିଥିଲେ । ସନ୍ରାଇଜ୍ କ୍ଲବର ରଜନୀ, ପିଣ୍ଟୁ, ପ୍ରଦୀପ, ରାଜୁ, ମଙ୍ଗଳୁ, ରାହୁଲ, ଜୁବଲୁ, ରିଷି, ଭାଗ୍ୟବାନ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ଶେଷରେ ଆନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।