ଝଲପଠାରେ କ୍ରୀଡ଼ା ଓ ସାଂସ୍କୃତିକ ପର୍ବ ୨୦୨୪ ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଚାଲିଥିବା କ୍ରୀଡ଼ା ଓ ସାଂସ୍କୃତିକ ପର୍ବ ୨୦୨୪ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଝଲପ ପଞ୍ଚାୟତର ସରପଞ୍ଚ ଗୀତାଫୁଲ ପୁଟେଲଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠି, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକର ଜିପିଓ ପୁରୁଷୋତ୍ତମ ମାଝୀ, ସମାଜସେବୀ ଗୋବିନ୍ଦ ପୁଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଖେଳିବା ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବୈବ ମଙ୍ଗରାଜ ସଭା ସଂଯୋଜନା କରିଥିଲେ । ଦୀର୍ଘ ୧୦ ଦିନ ଧରି କ୍ରିକେଟ, ଫୁଟବଲ, ଏଥେଲେଟିକ୍ସ, ବକ୍ତୃତା, କୁଇଜ, ମ୍ୟୁଜିକ ଚେୟାର, ଦଉଡି ଟଣା, ସଙ୍ଗୀତ, ନୃତ୍ୟ, ରଙ୍ଗୋଲି, ଦଉଡି ଡିଆଁ, ସ୍ଲୋ ସାଇକେଲ ପ୍ରମୁଖ ଖେଳ ଗୁଡିକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ବ୍ଲକରେ ପ୍ରଥମ କରି ହେଉଥିବା ବେଳେ ବହୁ ସଂଖ୍ୟାରେରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ଝସକେତନ ବାରିକ, ଜିଓଟେଗ କୁବେର ପୁଟେଲ, ଖଗେଶ୍ୱର ବେହେରା, ଦିନ ବାରିକ, ବିଶ୍ୱନାଥ ପୁଟେଲ, ଅନ୍ତର ଭୋଇ ପ୍ରମୁଖଙ୍କ ସହ ପଞ୍ଚାୟତର କର୍ମଚାରୀ, ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବରମାନେ ସହଯୋଗ କରିଥିଲେ । ଝଲପ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୀତବାସ ଯାନୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.