jayashree

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତା ଉଦ୍‌ଯାପିତ

  • ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାସ୍ଥିତ ରାଜୀବ ଗାନ୍ଧୀ ପଂଚାୟତ ସମିତି ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଗତ ୧୬.୧.୨୦୨୪ ତାରିଖରୁ ୫ଦିନ ଧରି ଚାଲିଥିବା ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିରତଣୀ ଏବଂ ଉଦ୍‌ଯାପନୀ ଦିବସ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ବଲାଙ୍ଗିର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ କୁମାର ଦାଶ (ମୁଖ୍ୟ ଅତିଥୀ), ବେଲପଡା ପଂଚାୟତ ସମିତି ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ. ବ୍ରଜମୋହନ ମେହେର (ମୁଖ୍ୟ ବକ୍ତା), କ୍ଷମାନିଧି ପ୍ରଧାନ. ଅଡିଟ ଅଫିସର ଅଧ୍ୟାପକ ଅମୂଲ୍ୟ ପାଣିଗ୍ରାହୀ (ସ୍ୱତନ୍ତ୍ର ଅତିଥୀ), ଶ୍ରୀମତୀ ଶ୍ରାବଣୀ ବାରିକ, ମାନଓ କୁମାର ନାଗ ଅତିଥୀ ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମଂଚକୁ ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରଧାନ ପରିଚାଳନା କରିଥିଲେ । ଏହି ଅବସରରେ ଏକ ଦଳଗତ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି କଂଟାବାଂଜିସ୍ଥିତ ମୁକୁନ୍ଦି ଲାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ମଧ୍ୟ ଓଡିଆ ଭାଷା ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ବିଷୟରେ ସଭା ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ତରଭା ନବୋଦୟ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ଡ. ଗୋବର୍ଦ୍ଧନ ନାୟକ ଓ ବେଲପଡା ପଂଚାୟତ ସମିତି ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ମନୋଜ କୁମାର ମହାକୁଡ ଆଲୋଚକ ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତୀ ରଂଜିତା ଗୁରୁ ସଭାପତିତ୍ୱ କରିଥିବା ବେଳେ ନୋଡାଲ ଅଫିସର ଶ୍ରୀମତୀ ଅନିତା ପଟ୍ଟନାୟକ ଆଲୋଚନାଚକ୍ରର ଆଭିମୂଖ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ମଞ୍ଜେସ କୁମାର ସୁନା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.