ls

ସହୀଦ ହେମନ୍ତ ନାଏକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ରିନ୍‌ବଚନ ଗ୍ରାମର ଖେଳ ପଡିଆରେ ଚାଲିଥିବା ସହୀଦ ହେମନ୍ତ ନାଏକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ବୁଢ଼ାରଜା କ୍ରିକେଟ କ୍ଲବ ରିନ୍‌ବଚନ ଓ ଦୁହେଲ ଦଳ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଇଥିଲା । ଉକ୍ତ ମ୍ୟାଚ୍‌ରେ ରିନ୍‌ବଚନ ଦଳ ବିଜୟୀ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ଦଳର ଯୁବ ନେତା ସମରେନ୍ଦ୍ର ମିଶ୍ର ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବରେ ସହୀଦ ହେମନ୍ତ ନାଏକଙ୍କ ଭଉଣୀ ଅଞ୍ଜଳି ନାଏକ ଏବଂ ମାଧିଆପାଲି ପଞ୍ଚାୟତର ସରପଞ୍ଚ ଶୁକ୍ରୁ ମହାନନ୍ଦ ଯୋଗ ଦେଇଥିଲେ । ପରେ ବିଜୟୀ ଦଳକୁ ଅତିଥିମାନେ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ଖେଳକୁ ରିନ୍‌ବଚନ ଗ୍ରାମବାସୀ ଏବଂ ବୁଢ଼ାରଜା କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.