ବିଲାସିନୀ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚାଣ୍ଟିମୁଣ୍ଡା ଗ୍ରାମରେ ବିଲାସିନୀ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ହାତୀସର ଦଳକୁ ହରେଇ ଦୁଆନପାଲି ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛନ୍ତି । ପ୍ରତିଯୋଗିତା ଚାଣ୍ଟିମୁଣ୍ଡାର ବରିଷ୍ଠ ଏବଂ ବିଲାସିନୀ ପୁରୋହିତଙ୍କ ବାପା ସନାତନ ନାଥ ଏହି ମହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଓ ସଭାପତି ଶୋଭନ ଅଗ୍ରୱାଲ ରହି ଉଭୟ ଦଳକୁ ପୁରସ୍କାର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାହେଶ୍ୱରୀ ସଂଗଠନର ସଦସ୍ୟ ଅପ୍ରମିତ ପରିଚ୍ଛା, ଜିତେନ୍ଦ୍ର ସାହୁ ତଥା ସମସ୍ତ ଚାଣ୍ଟିମୁଣ୍ଡା ଗ୍ରାମର ଯୁବଗୋଷ୍ଠୀ ଉପସ୍ଥିତ ଥିଲେ । ଖେଳକୁ ସଂଯୋଜନା ବିଶ୍ୱଜିତ ନାଥ ସଭା ସଂଯୋଜନା କରିଥିବା ବେଳେ ଶେଷରେ ଦେବାଶିଷ ପାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.