ସର୍ବଭାରତୀୟ ବଲାଙ୍ଗିର ଓପନ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ(କିସ୍‌) ପରିସରରେ ଗତ ୫ଦିନ ଧରି ଚାଲିଥିବା ଦ୍ୱିତୀୟ ସର୍ବଭାରତୀୟ ବଲାଙ୍ଗିର ଓପନ୍‌ ଫିଡେରେଟିଂ ଚେସ୍‌ ପ୍ରତିଯୋଗୀତା ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ ଯୋଗଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କିସ୍‌ର ପ୍ରମୋଦ ସାହୁ, ଜିଲ୍ଲା ଚେସ୍‌ ଏସୋସିଏସନ୍‌ର ସଭାପତି ଶୁକଦେବ ଗୁରୁ ଓ ସଂପାଦକ ପ୍ରୀୟବ୍ରତ ପଣ୍ଡା ମଞ୍ଚାସିନ ଥିଲେ । ଏହି ପ୍ରତିଯୋଗୀତାରେ ତପନ ବଡମୁଣ୍ଡି(ପ୍ରଥମ), ଆହିଲ ପାତ୍ର(ଦ୍ୱିତୀୟ) ଓ ନୀଲସୁ ପଟ୍ଟନାୟକ ତୃତୀୟସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ବଲାଙ୍ଗିରର ବିରଞ୍ଚି ସାହୁ, ସୁଶୀଳ ତ୍ରିପାଠୀ, କମ୍ବୁପାଣୀ ପୂଜାହାରୀ, ଶ୍ରେୟସ ପାଣିଗ୍ରାହୀ, ଧରିତ୍ରୀ ପଣ୍ଡା ନିଜ ନିଜ ବର୍ଗରେ ପୁରସ୍କୃତ ହୋଇଥିଲେ । କ୍ଷୀରୋଦ୍ର ଦଳାଇ, କରୁଣାକର ପାତ୍ର, ରାକେଶ ପାଣିଗ୍ରାହୀ, ଶେଷଦେବ ନାଏକ, ଅମିତ ତ୍ରିପାଠୀ, ସୁଶିଳ ତ୍ରିପାଠୀ, କମ୍ବୁପାଣୀ ପୂଜାହାରୀ, ଗୋବିନ୍ଦଚନ୍ଦ୍ର ସାହୁ, ସସ୍ମିତା ପଣ୍ଡା ପ୍ରମୁଖ ପ୍ରତିଯୋଗୀତାରେ ସହଯୋଗ କରିଥିଲେ । ସୁରେଶଚନ୍ଦ୍ର ସାହୁ ମୁଖ୍ୟ ଅର୍ବିଟର ଭବେଶ ମହାନ୍ତି, ସନ୍ତୋଷ ମହାପାତ୍ର, କ୍ଷୀରୋଦ ଦଳାଇ, ଦେବେନ୍ଦ୍ର ଯୋଷୀ, ବିଷ୍ଣୁ ପୁରୋହିତ ଆର୍ବିଟର ଦାୟିତ୍ୱ ତୁଲାଇଥିଲେ । ଗତ ୨୩ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟକୁ ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଉଦ୍‌ଘାଟନ କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚେସ୍‌ ଖେଳାଳୀ ଆସି ଏହି ଟୁର୍ଣ୍ଣାମେଣ୍ଟରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.