oom

ବିଲେଇସର୍ଡା ଗ୍ରାମରେ ବିମଲେଇ ମହୋତ୍ସବ ଉଦ୍‌ଯାପିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଲେଇସର୍ଡା ଗ୍ରାମର ମିନି ଷ୍ଟାଡିୟମଠାରେ ବିଗତ ତିନି ଦିନ ଧରି ଚାଲିଥିବା ପ୍ରଥମ ବିମଲେଇ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବିମଲେଇ ମହୋତ୍ସବର ସଭାପତି ଭରତ ଭୂଷଣ ପ୍ରଧାନ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ମ୍ୟୁନିସିପାଲିଟି ଚେଆରମେନ ଲିକା ସାହୁ, ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, କଂଗ୍ରେସ ଯୁବନେତା ଶୁଭ୍ରାଂଶୁ ଶେଖର ପଣ୍ଡା ଯୋଗଦାନ କରିଥିଲେ । ବିମଲେଇ ମହୋତ୍ସବର ମୁଖ୍ୟ ଉପଦେଷ୍ଟା ପୂର୍ବତନ ଶିକ୍ଷକ କିଶୋର ଚନ୍ଦ୍ର ବିଶ୍ୱାଲ, ମଧୁସୂଦନ ପ୍ରଧାନ, ସମିତି ସଭ୍ୟ ସୁରେନ୍ଦ୍ର ବୁଡେକ, ମହୋତ୍ସବ ପରିକଳ୍ପନା କରିଥିବା ମୁଖ୍ୟ ଆୟୋଜକ ତଥା ବିଲେଇସର୍ଡା ଗ୍ରାମର ସରପଞ୍ଚ ଶୁଶାନ୍ତ କୁମାର ଛତ୍ରିଆ ମଂଚାସୀନ ରହି ଗ୍ରାମ ତଥା ଅଂଚଳର ଶିକ୍ଷା, ସଂସ୍କୃତି, କଳା, କୃଷି ସମେତ ବିଭିନ୍ନ ଐତିହାସିକ ତଥ୍ୟାବଳି ସମ୍ବନ୍ଧୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଗ୍ରାମର ଶିକ୍ଷା, ସ୍ୱାସ୍ଥ୍ୟସେବା, ସଂସ୍କୃତି କଳା, କ୍ରିଡା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ତିନି ଦିନ ଧରି ଏହି ଚାଲିଥିବା ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନୋରଂଜନପୂର୍ଣ୍ଣ ହୋଇଥିଲା ଏହା ସହ ମୀନାବଜାର ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦର୍ଶକମାନେ ଉପଭୋଗ କରିଥିଲେ । ରାଜକୁମାର ପ୍ରଧାନ, ରଂଜନ ବିଶ୍ୱାଲ, କାହ୍ନା ଭାଟି, ରାମ ଭାଟି, ଗଗନ ରଣା, ନିରଞ୍ଜନ ବିଶ୍ୱାଲ, ମନୋଜ ସାହୁ, ଦେବାଶିଷ ବାବୁ, ରାକେଶ ପ୍ରଧାନ, ଦଶରଥ ବଢିଆ, ବୁଦ୍ଧଦେବ ରଣା, ବିଦୁ ରଣା, ବିକାଶ ପ୍ରଧାନ, ବିଶ୍ୱଜିତ ବିଶ୍ୱାଲ, ମହାଦେବ ବିଶ୍ୱାଲ, ହିମାଂଶୁ ନାଏକ ପ୍ରମୁଖ ଭୂମିକା ଗ୍ରହଣ କରି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପବିତ୍ର କୁମାର ଭାଟି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସରୋଜରାମ ଗଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ହାଇସ୍କୁଲର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।

jittmm
Leave A Reply

Your email address will not be published.