
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମରେ ଦିବାରାତ୍ରି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ପଲସଦା ୟଙ୍ଗଷ୍ଟାର ବ୍ୟାଟମିଣ୍ଟନ କ୍ଲବ ପଲସଦା ଆନୁକୂଲ୍ୟରେ ଚାଲିଥିବା ଏହି ଦିବାରାତ୍ରି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବରେ ପଲସଦା ସରପଞ୍ଚ ପଙ୍କଜ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବରେ ମହେନ୍ଦ୍ର ସିଂ ବରିହା ଯୋଗ ଦେଇଥିଲେ । ସରପଞ୍ଚ ପଙ୍କଜ କୁମାର ସାହୁ ଫିତା କାଟି ମ୍ୟାଚ୍କୁ ଆରମ୍ଭ କରିଥିଲେ । ଏହି ମ୍ୟାଚ୍ରେ ୩୨ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ ବଲାଙ୍ଗିରର ଚିଣ୍ଟୁ ଓ ତାଙ୍କ ପାଟନର୍ ଏବଂ ପଦ୍ମପୁରର ଅପ୍ପୁ ଓ ତାଙ୍କ ପାଟନର୍ଙ୍କ ସହିତ ହୋଇଥିଲା । ବଲାଙ୍ଗିର ଦଳ ୨-୧ ସେଟ୍ରେ ପଦ୍ମପୁର ଦଳକୁ ପରାସ୍ତ କରିଥିଲେ । ପଲସଦା ଗ୍ରାମ୍ୟ କମିଟିଙ୍କ ତତ୍ତ୍ଵାବଧାନରେ ଖେଳ ଆରମ୍ଭ ହୋଇଥିଲା । ଗ୍ରାମ୍ୟ କମିଟି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ମ୍ୟାଚ୍ର ଫାଇନାଲ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ନଗଦ ରାଶି ପ୍ରଦାନ କରିଥିଲେ । ମ୍ୟାଚ୍ ରେଫରି ତୀର୍ଥ ପାଣ୍ଡେ, ରିଙ୍କୁ ସାହୁ, ସ୍କୋରର ଶତ୍ରୁଘ୍ନ ଧିବର୍ ଓ ଧାରା ବିବରଣୀ ପାର୍ଥ ପାଣ୍ଡେ, ଗୁଡୁ ରଣା ପ୍ରଦାନ କରିଥିଲେ । ଶେଷରେ ପିତାମ୍ବର ସାହୁ ଧନ୍ୟବାଦ୍ ଦେଇଥିଲେ ।