ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍ ବି ହାଇସ୍କୁଲ ପଡିଆରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୩୮ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍ଯାପିତ ହୋଇଯାଇଛି । ଆଜି ସକାଳ ଆରମ୍ଭରେ ସତ୍ୟନାରାୟଣ ସାହା ଗୁରୁଜୀ ଦୀପ ପ୍ରଜ୍ୱଳନ କରି ୩୦୦୦ ମିଟର ଦୌଡ଼ ପ୍ରତିଯୋଗିତାକୁ ଆରମ୍ଭ କରିଥିଲେ । ଉଦ୍ଯାପନୀ ଉତ୍ସବରେ ଡ଼ଃ ଲଳିତେନ୍ଦୁ ନାୟକ (ଅଧ୍ୟକ୍ଷ ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁଷ୍ପାର୍ଚ୍ଚନା କରି ସମାପନ ମନ୍ତ୍ର କରି ଧ୍ୱଜା ଅବତରଣ କରି ଉଦ୍ଯାପନ ଘୋଷଣା କରିଥିଲେ । ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଶାରୀରିକ ଓ ବ୍ୟାୟାମର ଉପଯୋଗିତା ବିଷୟରେ ମାର୍ଗ ଦର୍ଶନ କରି ଏହି କ୍ରୀଡ଼ା ସମାରୋହରେ ଭାଗ ନେଇଥିବା ସମସ୍ତ ଶିଶୁ ଭାଇ ଭଉଣୀ, ଅଭିଭାବକ ଅଭିଭାବିକାମାନଙ୍କୁ ଭୂୟସି ପ୍ରଶଂସା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ କରିଥିଲେ । ସମ୍ପାଦକଙ୍କ ଦ୍ୱାରା ଚୈତନ୍ୟ ଭୋଇ ଗୁରୁଜୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଜନକଲାଲ ମେହେର ସମ୍ପାଦକ, ଘନଶ୍ୟାମ ପୁଞ୍ଜି କୋଷାଧ୍ୟକ୍ଷ, ଦ୍ୱାଦଶ କୁମାର ପଧାନ ସଂକୁଳ ପ୍ରମୁଖ ରୋହିତ କୁମାର ମେହେର, ଆଶିଷ କୁମାର ମିଶ୍ର, ଝରଣା ପଧାନ, ମୋନାଲିସା ସ୍ୱାଇଁ, ସମାଜସେବୀ ନିରୋଜ ଦୋରା ପ୍ରମୁଖ ଅତିଥି ଗଣ ମଞ୍ଚାସୀନ ଥିଲେ । ପ୍ରଦୀପ ରାଜହଂସ ଶାରୀରିକ ପ୍ରମୁଖ କାର୍ଯ୍ୟକ୍ରମର ବୃତ୍ତ କଥନ କରିଥିଲେ । କିଶୋର ବର୍ଗରୁ ଭେଙ୍କଟେଶ୍ୱର ଡନସନା, ପ୍ରାଚୀପ୍ରଜ୍ଞା ସାହୁ, ବାଳବର୍ଗରୁ ସମୀର କୁମାର ସାହୁ, ଇପସିତା ସାହୁ ଓ ଶିଶୁ ବର୍ଗରୁ ଅଙ୍କିତା ସେନ୍ଦିରିଆ ପ୍ରମୁଖ ସର୍ବଶ୍ରେଷ୍ଠ ଖେଳାଳି ଭାବରେ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଏହି ସମାରୋହର ଅଭିଭାବିକାମାନଙ୍କ ଭାରସାମ୍ୟ ଦୌଡ଼, ଶିଶୁ ବାଟିକା ବିଭାଗର ସ୍ୱତନ୍ତ୍ର ୬ଟି କାର୍ଯ୍ୟକ୍ରମରୁ ବେଲୁନ୍ ଫଟା ଅନ୍ୟତମ ଥିଲା । ସାଇକେଲ ଧୀର ଚାଳନା, ମ୍ୟୁଜିକ ଚେୟାର, କୌତୁକ ପୋଷାକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଶେଷ ଆକର୍ଷଣ ଥିଲା । ସୁରେନ୍ଦ୍ର ସାହୁ, ରମେଶ ଗୁର୍ଲା, ଜଗବନ୍ଧୁ ବଡଗୁଛ୍ଛିଆ ବିଚାରକ ଭାବରେ ଯୋଗ ଦେଇଥିଲେ ଶେଷରେ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
Next Post