oum

ଗାଈବାହାଲ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଶନିବାର ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସଂଘର ଅଧ୍ୟକ୍ଷ ସୁବାସ ବାଗ, ସଂଯୋଜକ କିରନ ଛତ୍ରିଆ ଯୋଗଦେଇ ବିଜୟୀ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବରିଷ୍ଠ ବାଳକ ବିଭାଗର କ୍ଷୀରୋଦ୍ର ସୁନା, ବରିଷ୍ଠ ବାଳିକା ବିଭାଗର ଅର୍ପିତା ଯୁଏଡ, କନିଷ୍ଠ ବାଳକ ବିଭାଗର ନାରାୟଣ ଭୋଇ ଏବଂ କନିଷ୍ଠ ବାଳିକା ବିଭାଗର ସ୍ମୃତି ସାହୁ ଚାମ୍ପିୟନ ଭାବେ ପୁରସ୍କୃତ ହୋଇଥିଲେ । ଖେଳ ଶିକ୍ଷକ ବେଦବ୍ୟାସ ପଧାନ ଖେଳ ପରିଚାଳନା କରିଥିବା ବେଳେ ଦେବରାଜ ଭୋଇ, ଉତ୍ତମ ସାହୁ, କିରନ୍ ଛତ୍ରିଆ, ରମଣୀରଞ୍ଜନ ନାଏକ, ସଂଜୀବ ଷଡ଼ଙ୍ଗୀ, ରୋଦିକିନି ବେହେରା, ବିଷ୍ଣୁପ୍ରିୟା ରାୟଗୁରୁ, ଅହଲ୍ୟା ମହାନନ୍ଦ, ବବିତା ସୁନା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.