oum

ବେଥେଲ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାରସମାଲ ବେଥେଲ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ସ୍କୁଲ ପରିଚାଳନା କମିଟିର ସଭାପତି ହରିଶ୍ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍କୁଲ ପ୍ରାବନ୍ଧିକ ଦିଲୀପ ସୁନା ସଭା ପରିଚାଳନା କରିଥିଲେ । ସ୍କୁଲ ଅଧ୍ୟକ୍ଷ ମନୋଜ ସାହୁ, ସହକାରୀ ଶିକ୍ଷୟିତ୍ରୀ ରୁକ୍ମଣୀ ସୁନା, ସେରେନା ସାହୁ, ଲିଜାରାଣୀ ଭୋଇ, ମନ୍ଦାସିନି ଚଉଳିଆ, ସନ୍ତୋଷିନୀ ମହାକୁର, ସୁଦାମ ନାଗ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ରିଙ୍କୁ ପଧାନ, ସରୋଜ ଭୋଇ, ମନଭଞ୍ଜନ ଭୋଇ, ଫକିର ପଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.