ବାପୁଜୀ କପ୍ କ୍ରିକେଟ୍ ଉଦ୍‌ଯାପିତ : ବୁକାଝୁଲା ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଦହିଗାଁ ଠାରେ ବିସିସିଏ ଦ୍ଵାରା ଆୟୋଜିତ ୨୩ତମ ବାପୁଜୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ରବିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଦହିଗାଁ ଦଳ ଦହିତା ଦଳକୁ ହରାଇ ଓ ଦ୍ୱିତୀୟ ସେମିଫାଇନାଲରେ ବୁକାଝୁଲା ଦଳ ଜମରତଲା ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚ୍‌ରେ ବୁକାଝୁଲା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର୍‌ରେ ୪ ୱିକେଟ ହରାଇ ୧୪୩ ରନ୍‌ ସଂଗ୍ରହ କରିଥିଲେ । ଏହାର ଜବାବରେ ଦହିଗାଁ ଦଳ ୫ ୱିକେଟ ହରାଇ ମାତ୍ର ୯୭ ରନ୍‌ ସଂଗ୍ରହ କରି ପରାଜିତ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ଚାନ୍ଦ ମୁଖ୍ୟ ଅତିଥି ଏବଂ ମହେଶ୍ୱର ପୁରୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ନଗଦ ପୁରସ୍କାର ସହ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ପାତ୍ର, ସୁକାନ୍ତ ବାଗ, ପିଙ୍କୁ ପାତ୍ର ଅତିଥି ରୂପେ ଯୋଗଦେଇ ବୁକାଝୁଲା ଦଳର ମଣ୍ଟୁଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଓ ଜୟକୃଷ୍ଣଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍‌ରେ କେଦାର, ରୋହିତ ଓ ସୁଦାମ ଅମ୍ପାୟାରିଂ ଏବଂ ମୌସମ, ବିରେନ ଓ ପଙ୍କଜ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ । ନବ କିଶୋର ଓ ଦିଲୀପ ଧାରା ବିବରଣୀ ପ୍ରଦାନ କରିଥିଲେ । ଟୁଲୁ, ଅଶୋକ, କିଶୋର, ସଲିମ, ସଞ୍ଜୟ, ବଡ଼ ସହଯୋଗ କରିଥିଲେ । ଶେଷରେ ଜୟକୃଷ୍ଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.