oom

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଯାପିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଚାଲିଥିବା ସପ୍ତାହ ବ୍ୟାପୀ ସଡ଼କ ସୁରକ୍ଷା ସପ୍ତାହ ଆଜି ଉଦ୍‌ଯାପନୀ ଉତ୍ସବ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଜେନିଥ୍ ସାବୁଆ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କୃତ୍ତିବାସ ରାଉତ ଅତିରିକ୍ତ ଜିଲ୍ଲାପାଳ, ବରଗଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥବା ବେଳେ ଏଏସ୍‌ପି ପ୍ରଦ୍ୟୁମ୍ନ. କେ. ମିଶ୍ର, ଯଶବୀର ସିଂ ସାଇନି ନିର୍ଦେଶକ ଏଇଏମ୍‌ ସ୍କୁଲ, ଟ୍ରାଫିକ ଆଇଆଇସି ସବିତା ସେଠୀ ଡିଆଇପିଆର୍‌ଓ କଲ୍ୟାଣୀ ଦାଶ, ଏମ୍‌ଭିଆଇ ସୁଷମା ସାହୁ ସମ୍ମାନିତ ଅତିଥି ଭାବରେ ମଂଚାସୀନ ଥିଲେ । ଏହି ଅବସରରେ ସମସ୍ତେ ସଡ଼କର ନିୟମ ମାନିବା, ହେଲମେଟ ଓ ସିଟ ବେଲ୍ଟ ବ୍ୟବହାର, ଦୃତ ଗତିରେ ନଯିବା, ମଦ୍ୟପାନ ଓ ମୋବାଇଲ ଫୋନ ବ୍ୟବହାର ସହିତ ଗାଡି ନ ଚଳାଇବା ଆଦି ବିଭିନ୍ନ ଦିଗ ଉପରେ ଜନ ସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନକୁ ଗୁଡ଼୍‌ ସମରିଟାନ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିନିମିତ୍ତ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସଡ଼କ ସୁରକ୍ଷା ଜୀବନ ରକ୍ଷାର ବାର୍ତ୍ତା ଦେଇ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

jittmm
Leave A Reply

Your email address will not be published.