୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଉଦ୍‌ଯାପିତ

  • ପ୍ରଶାନ୍ତ ଓ ସୌମ୍ୟରଂଜନ ଚାମ୍ପିୟନ, ହିମାଂଶୁ ଓ ଶୁଭକାନ୍ତ ରନର୍ସଅପ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ଏ ବ୍ଲକ ଦୁର୍ଗାପୂଜା ପଡିଆଠାରେ ଚାଲିଥିବା ୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚାମ୍ପିୟନସିପ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଚାମ୍ପିୟନସିପର ଅଧ୍ୟକ୍ଷ ଆର ଏନ ମିଶ୍ରଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକାରୀ ସଂପାଦକ ସୁମନ୍ତ ଜେନାଙ୍କ ଆବାହକତ୍ୱ ତଥା ଅଧ୍ୟାପକ ରଶ୍ମିରଂଜନ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦ୍‌ଯାପନୀ ଉତ୍ସବରେ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ମୁଖ୍ୟ ଅତିଥି, ରାଜ୍ୟ ଯୁବକଲ୍ୟାଣ ବିଭାଗର ଅଧ୍ୟକ୍ଷ କୁନବିହାରୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ଖେଳ ମାଧ୍ୟମରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ । ରାଜ୍ୟ ସରକାର ଖେଳକୁ ଗୁରୁତ୍ୱ ଦେଉଥିବା ବେଳେ ଏହି ଚାମ୍ପିୟନସିପକୁ ଆଗାମୀ ଦିନରେ ଜାତୀୟ ସ୍ତର ଚାମ୍ପିୟନସିପରେ ପରିଣତ କରାଯିବା ପାଇଁ ଉଦ୍ୟମ କରାଯିବ ଓ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯିବ। ଏହି ଚାମ୍ପିୟନସିପରେ ୧୬ ବର୍ଷରୁ କମ୍ ଏକକ ବିଭାଗରେ ୨୨ଜଣ, ଦ୍ୱେତ ବିଭାଗରେ ୧୪ଟି ଟିମ୍ ଓ ପୁରୁଷ ଦ୍ୱେତ ବିଭାଗରେ ୩୪ଟି ଟିମ୍ ଅଂଶଗ୍ରହଣ କରିଥିଲେ । ୧୬ ବର୍ଷରୁ କମ୍ ଏକକ ବିଭାଗରେ ଶିବମ ମାହାତୋ ଚାମ୍ପିୟନ ହୋଇ ଟ୍ରଫି ସହ ନଗଦ ୨ ହଜାରଟଙ୍କା, ଅଭିଜିତ ଜେନା ଟ୍ରଫି ସହ ନଗଦ ୧ ହଜାର ଟଙ୍କା, ୧୬ ବର୍ଷରୁ କମ୍ ଦ୍ୱେତ ବିଭାଗରେ ଅଭିଜିତ ଓ ପ୍ରିୟାଂଶୁ ଚାମ୍ପିୟନ ହୋଇ ଟ୍ରଫି ସହ ନଗଦ ୩ ହଜାର ଟଙ୍କା, ନିଖିଲ ପ୍ରସାଦ ଓ କବିସ ଖେମାନୀ ରନର୍ସ ଟ୍ରଫି ସହ ନଗଦ ଦେଢ ହଜାର ଟଙ୍କା, ପୁରୁଷ ଦ୍ୱେତ ବିଭାଗରେ ପ୍ରଶାନ୍ତ ଦାସ ଓ ସୌମ୍ୟରଂଜନ ମହନ୍ତ ଚାମ୍ପିୟନ ହେବା ସହ ଚାମ୍ପିୟନ ଟ୍ରଫି ଓ ନଗଦ ୧୦ ହଜାର ଟଙ୍କା ତଥା ହିମାଂଶୁ ଓ ଶୁଭକାନ୍ତ ନାୟକ ରନର୍ସଅପ ଟ୍ରଫି ସହ ନଗଦ ୬ ହଜାର ଟଙ୍କା ପୁରସ୍କାର ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ମ୍ୟାଚ୍‌ରେ ମୁଖ୍ୟ ସମନ୍ୱୟକାରୀ ରାଜେଶ ମହାପାତ୍ର, ଅଭିରାମ ମହାନ୍ତି, ସଦସ୍ୟ ଅଶୋକ ରଥ, ମୀନକେତନ ମିଶ୍ର, ଗାବୁ ବେହେରା, କଳିଙ୍ଗ ଗୁରୁ, ଶ୍ରୀନିବାସ ସାହୁ, ଶିବୁନ, ରାଜା ପଟ୍ଟନାୟକ, ଅମନ, ବିବେକ ସାହୁ, ବରୁଣ, ତୁଷାର, ଗୁଲସନ, ବିଶ୍ୱରଂଜନ, ଅଧିକାନ୍ତ, ତାରିଣୀ, ପ୍ରତୀକ ପଟ୍ଟନାୟକ, ବୁନୁ, ହରିଶ ଜେନା, ଅଜୟ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଦୀପ ଦାସ ରେଫରି ଦାୟିତ୍ୱ ତୁଲାଇଥିବା ବେଳେ କାର୍ଯ୍ୟକାରୀ ସଂପାଦକ ଶ୍ରୀଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!