oom

ଲାଠିକଟା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଜଲଦା ସ୍ଥିତ ମିନି ଷ୍ଟାଡିୟମ ଠାରେ ଉଦ୍‌ଯାପିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ସା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ହକି ଜାତୀୟ ଖେଳାଳି ପିଟର ତିର୍କୀ, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ବକ୍ତା, ବରିଷ୍ଠ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ଲାଠିକଟା ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶରତ କୁମାର ପତି, ସାଇକ୍ଲିଷ୍ଟ କୋଚ ସୁଶୀଲ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, କ୍ରୀଡା ଛାତ୍ରଛାତ୍ରୀଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଯାହା ଦ୍ୱାରା ସେମାନଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ସାହାଯ୍ୟ କରିଥାଏ । କ୍ରୀଡା ବିବିଧତା ମଧ୍ୟରେ ଏକତା ତଥା ଶୃଙ୍ଖଳା ଶିଖାଏ । ଏହି କ୍ରୀଡା ମହୋତ୍ସବରେ ବ୍ଲକର ୧୮ଟି ହାଇସ୍କୁଲ ଓ ୪୪ଟି ପ୍ରାଇମେରୀ ସ୍କୁଲର ପ୍ରାୟ ୧୧୪୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ୧୪ ବର୍ଷରୁ କମ୍ ବୟସର ବାଳକ ବାଳିକା, ୧୭ ବର୍ଷରୁ କମ୍ ବାଳକ ବାଳିକା ମଧ୍ୟରେ ଦୌଡ, ଖୋ ଖୋ, କବାଡି, ଭଲିବଲ, ବ୍ୟାଡମିଣ୍ଟନ, ସଟଫୁଟ୍‌, ଜାଭଲିନ୍ ଥ୍ରୋ, ଡିସକସ୍‌ ଥ୍ରୋ, ଲଙ୍ଗଜମ୍ପ, ହାଇଜମ୍ପ ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବରିଷ୍ଠ ଶିକ୍ଷକ ବିଜୟ କୁମାର ନାୟକ ମଂଚ ସଂଯୋଜନା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମୀନକେତନ ମହାପାତ୍ର, ସୁସ୍ମିତା ବେହେରା, ଲକ୍ଷ୍ମୀ ପଣ୍ଡା, ସସ୍ମିତା ମହାନ୍ତି, ଶିଶିର ବେହେରା, ସୁରଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କ୍ରୀଡା ପତାକାକୁ ଅତିଥିମାନେ ଅବତରଣ କରାଇ ସଭାପତି ଶ୍ରୀ ସା ଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ସଂଧ୍ୟାରାଣୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.