ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବ୍ରହ୍ମପୁରଠାରେ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ ଖଲ୍ଲିକୋଟ କଲେଜ ବିଶ୍ଵବିଦ୍ୟାଳୟ ପଡିଆ ପରିସରରେ ଆୟୋଜିତ ବିକାଶ ମେଳା ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ବିକାଶ ମେଳା ଷ୍ଟଲ ଗୁଡିକରେ ପ୍ରବଳ ଜନ ସମାଗମ ପରିଲକ୍ଷିତ ହୋଇଥିଲା । ଏତଦ ବ୍ୟତୀତ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯାହା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଲୋକକଳା ଘୁଡୁକି ନୃତ୍ୟ, ଓଡ଼ିଶୀ ନୃତ୍ୟ, ରଙ୍ଗବତୀ ନୃତ୍ୟ, ମଡର୍ନ ଡାନ୍ସ, ପଶ୍ଚିମବଙ୍ଗର ପୁରୁଲିଆ ଛଉ, ଓ ସୁନାମଧନ୍ୟ ଓଡ଼ିଆ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଏବଂ ତାଙ୍କ ଗ୍ରୁପ ଦ୍ଵାରା ସଙ୍ଗୀତ ପରିବେଷଣକୁ ଦର୍ଶକ ମାନେ ବେଶ୍ ଉପଭୋଗ କରିଥିଲେ । ଏହି ଶେଷ ରଜନୀରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶ୍ରୀ ମଧୁମିତା ଉପସ୍ଥିତ ରହି ମେଳାରେ ସ୍ଥାନିତ ଥିବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରିଥିଲେ । ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ ।