oom

ଚନ୍ଦନଭାଟୀ ପ୍ରିମିୟର ଲିଗ୍ ଉଦ୍‌ଯାପିତ

jsmm

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସ୍ଥାନୀୟ ଚନ୍ଦନଭାଟୀ ପଞ୍ଚାୟତ ହାଇସ୍କୁଲ ଖେଲ ପଡିଆଠାରେ ଚନ୍ଦନଭାଟୀ ପ୍ରିମିୟର ଲିଗ୍ (ସିପିଏଲ) ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୋଟ ୬ ଟି ଦଲ ଭାଗ ନେଇଥିଲେ । ଦୀର୍ଘ ଗୋଟିଏ ମାସ ଧରି ଏହି ମ୍ୟାଚ ଚାଲିଥିବାବେଳେ ଏଜି ୱାରିୟର୍ସ ଏବଂ ପାୱାର ହିଟର୍ ଚାମ୍ପିୟନ ଦଲ ଫାଇନାଲ ଖେଳିବାର ସୁଯୋଗ ପାଇଥିଲେ । ଏଜି ୱାରିୟର୍ସ କୁ ପରାସ୍ତ କରି ପାୱାର ହିଟର୍ ଚାମ୍ପିୟନ ଦଲ ଏବର୍ଷର ଚନ୍ଦନଭାଟୀ ପ୍ରିମିୟର ଲିଗ୍ କପକୁ ହାତେଇଥିଲା । କଡା ମୁକାବିଲା ଚାଲିଥିଲା ଫାଇନାଲ ମ୍ୟାଚରେ । ଅମିତ ନାଏକ (୩୨୦)ରନ୍ କରି ଶ୍ରେଷ୍ଠ ବ୍ୟାଟସମ୍ୟାନ ଏବଂ ଶ୍ରୀବନ୍ତ ମେହେର ବେଷ୍ଟ ବୋଲର ଭାବେ ୨୨ ଟି ୱିକେଟ ନେଇ ଏହି ପୁରସ୍କାର ହାସଲ କରିଥିଲେ । ମ୍ୟାନ୍ ଅଫ ଦି ସିରିଜ୍ ସାନନ୍ଦ ଡାଂଗକୁ ଦିଆଯାଇଥିଲା । ଅତିଥି ଭାବରେ ଚନ୍ଦନଭାଟୀ ଫାଣ୍ଡି ଅଧିକାରୀ ରଞ୍ଜିତ ପ୍ରଧାନ, ବୀର ନାଗ ଏବଂ ହିରୋଜ ବେହେରା ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ସମସ୍ତ ଖେଲକୁ ବଲଦେବ ପଧାନ, ନକୁଲ ସାହୁ, ଅଜିତ ନାଗ, ଅମିତ ନାଏକ୍, ବିଶ୍ୱମ୍ବର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.