
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦିବ୍ୟସିଂହପୁର ଠାରେ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ବର୍ଣ୍ଣାଢ଼୍ୟ ଉତ୍ସବ ପାଳନ ଏକ ନିଆରା ପରମ୍ପରା, ଯାହା ପ୍ରାୟତଃ ୩୦୦ ଶହ ବର୍ଷର ପ୍ରାଚୀନ ପରମ୍ପରା ଅଟେ । ରୀତିନୀତି ଭିତ୍ତିରେ ଶୀତଳଷଷ୍ଠୀ ଯାତ୍ରା ଯାହା ବର ପିତା ପକ୍ଷରୁ ରାଧା ଗୋବିନ୍ଦ ତ୍ରିପାଠୀ ଓ କନ୍ୟା ପିତା ପକ୍ଷରୁ ପଣ୍ଡିତ ବାସୁଦେବ ମିଶ୍ରଙ୍କ ସୁପୁତ୍ର ତଥା ଯୁବ ସାମ୍ବାଦିକ ଓ.ୟୁ.ଜେ.ର ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର ମା’ କନକ ଦୁର୍ଗାଙ୍କ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ବିବାହ କାର୍ଯ୍ୟ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଶତପଥି ଓ ପିତାମ୍ବର ଶତପଥିଙ୍କ ପୌରହିତ୍ୟରେ ସମ୍ପାଦନ ହୋଇଥିଲା । ପ୍ରଥମେ ବହୁ ଆଡମ୍ବର ରେ ଶିବ ଭଗବାନଙ୍କୁ ନିମନ୍ତ୍ରଣ କରି କନକ ମଣ୍ଡପ ନିକଟକୁ ଅଣାଯାଇଥିଲା ପରେ ମା ଦୁର୍ଗାଙ୍କ ବିରାଜମାନ ପରେ ଶିବ ପାର୍ବତୀ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା ଏହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଗ୍ରାମ୍ୟକମିଟି ସଭାପତି ସୁଧାଂଶୁ ଶେଖର ମିଶ୍ର ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ, ଦୁର୍ଗା ଚରଣ ଶତପଥୀ, ପ୍ରଫୁଲ ଶତପଥୀ, ପ୍ରଶାନ୍ତ ଶତପଥୀ ଏବଂ ଗ୍ରାମ୍ୟ ଯୁବକ ସଙ୍ଘ ର ସମସ୍ତ ସଭ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ । ଶେଷରେ ଗ୍ରାମ କମିଟୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ କରାଯାଇଥିଲା । ସେହିପରି ଭାଗିରଥୀପୁର ଗ୍ରାମରେ ବରପିତା ଭାବେ ସିମାଞ୍ଚଳ ରଥ ଓ କନ୍ୟାପିତା ଭାବେ ସୁରେନ୍ଦ୍ର ନାଥଙ୍କ ସୁପୁତ୍ର ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ବିବାହ କାର୍ଯ୍ୟ ସଂସ୍କୃତ ଶିକ୍ଷକ ସଦାଶିବ ମହାପାତ୍ର ଓ ପ୍ରସନ ରଥଙ୍କ ପୌରହିତ୍ୟରେ ସମ୍ପାଦନ ହୋଇଥିଲା ଗ୍ରାମ କମିଟି ସଭାପତି ସିମାଞ୍ଚଳ ରଥ ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର ଗ୍ରାମ କମିଟି ତରଫରୁ ନିରଞ୍ଜନ ମିଶ୍ର, ପ୍ରତାପ ମିଶ୍ର, ଭାରତୀ ତ୍ରିପାଠୀ ଓ ଶିକ୍ଷକ ରବିନ୍ଦ୍ର ମିଶ୍ର ପ୍ରମୁଖଙ୍କ ସହଯୋଗରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।