ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଉଦ୍‌ଯାପନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ତିନୋଟି ଶିବିର ଯଥାକ୍ରମେ ବରିକେଲ, ସିଂହନପୁର ଓ ଚାରପାଲି ଗ୍ରାମରେ ଉଦ୍‌ଘାଟିତ ହୋଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ରାଜ ବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଜନକଲାଲ୍‌ ମେହେର । ପ୍ରତ୍ୟେକ ଦିନ ତିନୋଟି ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ, ପରିବେଶ ସୁରକ୍ଷା, ବେଟି ପଢାଓ, ବେଟି ବଚାଓ, ବର୍ଯ୍ୟବସ୍ତ ପରିଚାଳନା ଆଦି ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର କେନ୍ଦୁପତ୍ର ବିଭାଗ ବନଖଣ୍ଡ ଅଧିକାରୀ ବାସିଲ ବାରଲା ଯୋଗଦାନ କରି ଉଦ୍‌ବୋଧନ ଦେଇଥିଲେ । ସଭାରେ ଡ.ଦୁଃଖିଶ୍ୟାମ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅଧ୍ୟାପିକା ଶ୍ରୀମତୀ ବୁନି ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଅଧ୍ୟାପକ ସଂଜୟ ଟିଗା ପୁରସ୍କାର ବିତରଣକୁ ପରିଚାଳନା କରିଥିଲେ । ସଭାରେ ଡ.ସରୋଜ କୁମାର ନାଏକ, ପ୍ରାଧ୍ୟାପକ ସରୋଜ କୁମାର ପ୍ରଧାନ, ଡ.ବିରଞ୍ଚି ସାହୁ, ଅଧ୍ୟାପକ ତଷୋବନ୍ତ ବାରିକ, ବିଶ୍ୱରାଜ ପାତ୍ର, ଅଧ୍ୟାପିକା ରୀନାଧର୍ମ ବିନାୟକ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.