om academy

ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଉଦ୍‌ଯାପନୀ ଉତ୍ସବ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉତ୍ସବ ଶୁକ୍ରବାର ଦିନ ଉଦ୍ଦୀପନା ଓ ଉତ୍କଣ୍ଠାର ସହିତ ସମାପନ ହୋଇଯାଇଛି । ଏଥିରେ ଅଧ୍ୟକ୍ଷା ଡ଼ା. ରଶ୍ମୀ ସାହୁ ଅଧ୍ୟକ୍ଷତା କରିଥିଲେ । ବଲାଙ୍ଗିର ପୌର ପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ପିଲାମାନେ କିପରି ଆଗକୁ ବଢ଼ିବେ ସେ ବିଷୟରେ ଆଲୋକପାତ କରିଥିଲେ । ଅଧ୍ୟାପକ ପ୍ରମୋଦ ଅତିଥିଙ୍କ ପରିଚୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଅଧ୍ୟାପକ ଡ଼.ଏ.କେ. ମଙ୍ଗରାଜ, ଚିତ୍ତରଞ୍ଜନ ପରିଡ଼ା, ବିଭୂତି ଭୂଷଣ ପ୍ରଧାନ ସାମାଜିକ କାର୍ଯ୍ୟକ୍ରମ ତଥା କ୍ରୀଡ଼ା ପ୍ରତିଯୋଗିତାର ବିଭିନ୍ନ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ଡ଼ା. ପ୍ରକାଶ ଦେବତା, ଦେବଦାଶ ଖଟାଇ, ରେଶମା ହାଁସଦା, ରୀତା ପାଉଲ, ବିଜୟଲକ୍ଷ୍ମୀ ବସ୍ତିଆ, ପ୍ରୀତମ, ରବିନ ପ୍ରଧାନ, ମୌସୁମୀ, ରୁଚି, ଆଦ୍ୟାଶା, ଆଶୁତୋଷ, କୌଶଲ୍ୟା, ଆକାଶ, ପ୍ରଦ୍ୟୁମ୍ନ, ମୋନାଲିସା ଓ ଅନ୍ୟମାନେ ସହାୟତା କରିଥିଲେ । ଛାତ୍ରୀ ନିଷ୍ଠା, ପ୍ରତିଶୃତି ଓ ଲୋପାମୁଦ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନେକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବ ପରେ ଅଧ୍ୟାପକ ପ୍ରବୀର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସହଯୋଗରେ ଉଦ୍‌ଯାପନୀ ଉତ୍ସବ ସଫଳତା ଓ ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.