oom

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶାର ଉଦ୍‌ଯାପନୀ ଉତ୍ସବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୦୮.୧୨.୨୦୨୩ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟାକ୍ଷା ଦେବକୀ ସାହୁଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଥିଲା । ଦୀର୍ଘ ୮ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହି ଆଜି ଉଦ୍‌ଯାପନୀ ଉତ୍ସବରେ ଅନୁଷ୍ଠାନ ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତା ସଭାର ସଭାପତିତ୍ୱ କରିଥିଲେ । ଏହି ସଭାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ ପରାମର୍ଶଦାତା ନାରାୟଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀମାନେ ନନ୍ଦିନୀ ଶତପଥିଙ୍କ ପରି ତେଜସ୍ୱିନୀ ହେବା ପାଇଁ ପରାମର୍ଶ ଦେଇଥିଲେ । ସଭାର ମୁଖ୍ୟବକ୍ତା ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ହେମସାଗର ସ୍ୱାଇଁ ବୟୋଜ୍ୟେଷ୍ଠମାନଙ୍କୁ ଉଚିତ ସମ୍ମାନ ଓ ଯତ୍ନ ନେବା ସହିତ କ୍ରୀଡା, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ସୁନାମ ଅର୍ଜନ କରିବା ପାଇଁ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସି.ଭୋଇ ମଂଚ ପରିଚାଳନା କରିଥିବା ବେଳେ ନୋଡାଲ ଅଫିସର ଡି. ପଟେଲ, ରାଜନୀତି ବିଜ୍ଞାନ ଅଧ୍ୟାପକ ଏସ୍‌.କେ. ବିଶ୍ୱାଲ ମଂଚାସିନ ଥିଲେ । ପୁରସ୍କାର ବିତରଣ ଉତ୍ସବରେ ସାଂସ୍କୃତିକ ବିଭାଗର କବିତା ପଠନରେ ସୁମନ୍ତ, ସରସ୍ୱତୀ, ରୀତା, ବକ୍ତୃତାରେ ସରସ୍ୱତୀ, ଗାୟତ୍ରୀ, ତାରାଦେଇ, ଓଡିଆ ରଚନାରେ ଅପରାଜିତା, ସୁପ୍ରିୟା, ସିଲିକା, ଚିତ୍ରାଙ୍କନରେ ସୁମନ୍ତ, ଅମିତ, ଡିଲେସ, କାଟୁନ ଚିତ୍ରାଙ୍କନରେ ସୁମନ୍ତ, ଶ୍ରଦ୍ଧାଞ୍ଜଳି, ପୁନମ, ରଙ୍ଗୋଲିରେ ଶ୍ରଦ୍ଧାଞ୍ଜଳି, ଦିପାଞ୍ଜଳି, ପୁନମ, ସଂଗୀତରେ ଦିପ୍ତି, ରିତା, ସୁମନ୍ତ ବିଜେତା ହୋଇ ଅତିଥିମାନଙ୍କଠାରୁ ପ୍ରମାଣପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହିତ ବିଦ୍ୟାଳୟର କର୍ମଚାରୀମାନେ ମିଳିମିଶି ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିବାରେ ସମ୍ପୁର୍ଣ୍ଣ ସାହାଯ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.