ବନ୍ଦଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ବନ୍ଦଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ପପୁ କାନ୍ତ ରଣା (୩୧) ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବଣେଇ ଅଞ୍ଚଳର ବୋଲି ଜଣାପଡିଛି । ଖବର ପାଇ ଯୁବକଙ୍କ ସମ୍ପର୍କୀୟମାନେ ପହଞ୍ଚିଛନ୍ତି । ମୃତ ଯୁବକଙ୍କ ବାପା ମାଆ ପହଞ୍ଚିଁ ନଥିବା ଜଣାପଡ଼ୁଛି । ସେ ସୁକତେଲ ଡ୍ୟାମ୍‌ରେ ମେକାନିକାଲ ସେକ୍ସନରେ ଇଲେଟ୍ରିସିଆନ ଭାବରେ କାର୍ଯ୍ୟରତ ଥିବା ସୂଚନା ମିଳିଛି । ବଲାଙ୍ଗିର ସଦର ପୋଲିସ ମାଗୁରବେଡ଼ା କଲୋନୀରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.