କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ : ଉଦ୍ଧାର ହେଲା ମୃତଦେହ

ସାଲେପୁର : ବୁଧବାର କେନାଲ ପାଣିରେ ଭାସିଯାଇ ନିଖୋଜ ଥିବା ଛାତ୍ରୀର ମୃତଦେହ ଆଜି ସକାଳୁ ପାଣିରେ ଭାସୁଥିବା ଅବସ୍ଥାରେ ମିଳିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଜପକୁଦ ଫାଣ୍ଡି ଅଧିକାରୀ ଭିଷ୍ମଚରଣ ପ୍ରଧାନ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ସୂଚନା ମୁତାବକ, ବୁଧବାର ସାଲେପୁର ବ୍ଲକ ଅନ୍ତର୍ଗତ ନରଦା ପଞ୍ଚାୟତର ପ୍ରହ୍ଲାଦ ସ୍ୱାଇଁଙ୍କ ଝିଅ ସୁଚିତ୍ରା ସ୍ୱାଇଁ (୧୪ବର୍ଷ) ନବମ ଶ୍ରେଣୀରେ ପଢୁଥିଲେ । ଘରପାଖ ତୁଠରେ ଗାଧୋଉଥିବା ବେଳେ ଗୋଡ ଖସି ଯିବାରୁ ସେ ବୁଡିଯାଇଥିଲେ । ପୁଲିସ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନଥିଲା । ଗୁରୁବାର ସକାଳ ୭ଟା ୩୦ ସମୟରେ ଲୋକେ ପୋଲ ପାଖରେ ମୃତଦେହ ଭାସୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜପକୁଦ ଫାଣ୍ଡି ଅଧିକାରୀ ଭିଷ୍ମଚରଣ ପ୍ରଧାନ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହି ଖବର ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

jittmm
Leave A Reply

Your email address will not be published.