oom

ନାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

jsmm

ବରଗଡ଼, (ମୁନ୍ନା ସାହୁ) : ନାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । କାରଣ ଅସ୍ପଷ୍ଟ । ବରଗଡ଼ ଲେଙ୍ଗୁ ମିଶ୍ର ଛକ ନାଳରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ବିଶିପଡାର ଶଙ୍କର ତାଣ୍ଡି ବୋଲି ଜଣାପଡ଼ିଛି । ସେ ଜଣେ ଫଳ ବିକାଳୀ । ଗତକାଲି ରାତିରୁ ନିଖୋଜ ଥିଲେ । ତେବେ ଆଜି ସକାଳେ ତାଙ୍କ ମୃତ ଶରୀର ବରଗଡ ସ୍ଥିତ ଲେଙ୍ଗୁ ମିଶ୍ର ଛକର ଗୋଟିଏ ନାଳରୁ ଉଦ୍ଧାର କରିଛି ଟାଉନ ଥାନ ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଶବକୁ ଉଦ୍ଧାର କରି ବରଗଡ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ସିସିଟିଭି ଫୁଟେଜକୁ ମଧ୍ୟ ଅନୁସନ୍ଧାନ କରାଯିବ ବୋଲି କହିଛି ପୋଲିସ ।

jittmm
Leave A Reply

Your email address will not be published.