jittmm
sonalika

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଗଙ୍ଗାସାଗର ଗ୍ରାମ କର୍ଲ୍ଲାକଟା ତଳି ଅଞ୍ଚଳରେ ଗୋଟିଏ ଆମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଟଣାଗଡ଼ ପୋଲିସର  ତଦନ୍ତଜାରି । ସୂଚନା ମୁତାବକ ଗଙ୍ଗାସାଗର ଗାଁର ଅଷ୍ଟରତ୍ନ ବରିହାଙ୍କ ପୁଅ ସୁରେନ୍ଦ୍ର ବରିହା କର୍ଲ୍ଲାକଟା କେନାଲ କଡରେ ଗୋଟିଏ ଆମ୍ବ ଗଛରେ ଗୋଟିଏ ଓଢଣୀ ସାହାଯ୍ୟରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି, ଖାଇବା ସମୟରେ ଘରକୁ ନଆସିବାରୁ ପରିବାର ତରଫରୁ ଖୋଜାଖୋଜି କରୁଥିବା ବେଳେ ଗଛରେ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ, ମୃତଦେହ ଦେଖି ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ, ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଅଧିକ ତଦନ୍ତ ଜାରିରଖିଥିବା ପାଟଣାଗଡ ଥାନାଧିକାରୀ ହରିବନ୍ଧୁ ଗଡତ୍ୟା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.