ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁଠାରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ନୂତନ କୋଠା ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମ ପଞ୍ଚାୟତର ନୋଳିଆ-ନୂଆଗାଁ ଠାରେ ଥିବା ସରକାରୀ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଏକ ନୂତନ କୋଠା ଶନିବାର ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଆୟୁଷ ସ୍ୱାସ୍ଥ୍ୟ ଅଧିକାରିଣୀ ଡାକ୍ତର ତପସ୍ଵିନୀ ପାତ୍ରଙ୍କ ତତ୍ୱାବଧାନରେ ମହିଳା ସଫେଇ କର୍ମଚାରୀ ଏ.ଦୁର୍ଗା, ସିକ୍ୟୁରିଟି ଗାର୍ଡ ପି.ନାରାୟଣଙ୍କ ଦ୍ଵାରା ଉକ୍ତ ନୂତନ କୋଠାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇଯାଇଛି । ଫାର୍ମାସିଷ୍ଟ ବଙ୍କିମ୍ ଚନ୍ଦ୍ର ମିଶ୍ରଙ୍କ ସହ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ, ପୁରୁଷ, ମହିଳା, ସ୍ୱାସ୍ଥ୍ୟ ପରିଦର୍ଶକ ପୁରୁଷ ଓ ଟିବି, ଚାମ୍ପିୟାନ ସ୍ୱେଚ୍ଛାସେବୀ ଗଣ ଏବଂ ସ୍ଥାନୀୟ ଆଧ୍ୟାତ୍ମିକ ସଂଗଠନର ଯୋଗଗୁରୁ ଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆୟୋଜିତ ଆନୁଷ୍ଠାନିକ ସଭାରେ ଡାକ୍ତର ଶ୍ରୀମତୀ ପାତ୍ର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିବା ସାଂଗକୁ ରୋଗ ପ୍ରତିରୋଧକ ଶକ୍ତି ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ ।

Leave A Reply

Your email address will not be published.