ଭଲିବଲ ପ୍ରତିଯୋଗିତା ଉଦ୍‌ଘାଟିତ

ପାଟଣା : ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଗତକାଲି ଏକ ଦିବସିୟ ଭଲିବଲ ପ୍ରତିଯୋଗୀତାକୁ ମୁଖ୍ୟଅତିଥି ଅଧ୍ୟାପକ ହଳଧର ସାହୁ ଉଦ୍‌ଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ରତ୍ନାକର ମହାକୁର ଓ କ୍ରୀଡ଼ା ଶିକ୍ଷକ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ ଉଦ୍‌ଘାଟନ ଉତ୍ସବରେ ସାମିଲ ଥିଲେ । ଏଠାରେ ପାଟଣା ମହାବିଦ୍ୟାଳୟ, ଉଦୟପୁର ତାଳପଦା, ସାନ୍ତରାପୁର, ମଲ୍ଲୀପଶି, ସାହାରପଡା, ମିଟୁଆଣି ଭଳି ଆଠଟି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅମ୍ପାୟାର ଭାବେ ଧର୍ମେନ୍ଦ୍ର ସାହୁ ଓ ତାଙ୍କ ସାଥୀ ପ୍ରତିଯୋଗିତାର ପରିଚାଳନା ଏବଂ ଭୁତ ମହାନ୍ତ ସହଯୋଗ କରିଥିଲେ ।

Leave A Reply

Your email address will not be published.