ସାହାଜପିଟାଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାର ପ୍ରଥମ ସୀତାରାମ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଉଦ୍‌ଘାଟିତ

  • ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ଛତୁ ଚାଷୀଙ୍କୁ ଛତୁ ମଞ୍ଜି ଉପଲବ୍ଧ କରାଇବା ନିମନ୍ତେ ପରାମର୍ଶ
  • ନିରନ୍ତର ପ୍ରୟାସ ଓ ଅଧ୍ୟବସାୟ ଦ୍ୱାରା ଯେ କୌଣସି ଲକ୍ଷ୍ୟକୁ ହାସଲ କରିହେବ
  • ଜିଲ୍ଲାର ମା’ମାନେ ଶକ୍ତ ହେଲେ ଜିଲ୍ଲା ସଶକ୍ତ ହେବ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ସାହାଜପିଟା ଗ୍ରାମଠାରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସ୍ଥାପିତ ଛତୁମଞ୍ଜି ଉତ୍ପାଦନର ଶୁଭ ଉଦ୍‌ଘାଟନ କରିଛନ୍ତି । ଓଡିଶା ସରକାରଙ୍କ ମିଶନ ଶକ୍ତି ଫେଡେରେସନ ତରଫରୁ ୩ ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୨୧ -୨୨ ବର୍ଷରେ ଏସବିଆଇ, ସୋନପୁରର ଆର୍ଥିକ ସହଯୋଗରେ ସାହାଜପିଟାର ସୀତାରାମ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ସ୍ଥାପିତ ସୀତାରାମ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଉଦ୍‌ଘାଟନ ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ସୁବର୍ଣ୍ଣପୁର ତଥା ମଂଚାସୀନ ଅତିଥି ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିହାର ରଞ୍ଜନ କଁହର, ଜିଏମ. ଡିଆଇସି ବଳଭଦ୍ର ନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୌରମଣି ହାଁସଦା, ମୁଖ୍ୟ ପରିଚାଳକ ଏସବିଆଇ, ସୋନପୁର, ସମ୍ପୃକ୍ତ ଗୋଷ୍ଠୀର ମା’ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ କେନ୍ଦ୍ର ଦ୍ୱାରା ଉତ୍ପାଦିତ ମଞ୍ଜି ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ଛତୁ ଚାଷୀଙ୍କୁ ମଧ୍ୟ ଯେପରି ଉପଲବ୍ଧ ହୋଇପାରିବ ସେଥିପ୍ରତି ଯତ୍ନବାନ ହେବା ସହିତ ଜୀବନରେ ଆଗକୁ ବଡ ସଫଳତା ପାଇଁ ପ୍ରଚେଷ୍ଟା ନିମନ୍ତେ ନିରନ୍ତର କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି କ୍ଷ ଏହି ଉଦ୍‌ଘାଟନ ଅବସରରେ ଏଡିଏଚ ସୋନପୁର, ହୃଷିକେଶ ଦାଶ, ରେଆର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ରେଆର ସାଧାରଣ ସମ୍ପାଦକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅନଙ୍ଗ ନେଗୀ, ଆଇପିଓ ଦେବାଶିଷ ମିଶ୍ର, ସିଡିପିଓ ନିବେଦିତା ସରାଫ, ବିପିସି ସୁବାଷ ଚନ୍ଦ୍ର ବିଶି, ବିପି ଏମ ସୁବ୍ରତ କୁମାର ମେହେର, ସୀତାରାମ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ରର ସଭାନେତ୍ରୀ, ସମ୍ପାଦିକା ଓ ସମସ୍ତ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ବର୍ତ୍ତମାନ ସୀତାରାମ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ରର ଦୈନିକ ମଞ୍ଜି ଉତ୍ପାଦନ କ୍ଷମତା ୨୪୦ ବୋତଲ ରହିଥିବା ବେଳେ ଏହା ଜିଲ୍ଲାରେ ପ୍ରଥମ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର । ଏହି କେନ୍ଦ୍ରରେ ବର୍ତ୍ତମାନ ୧୨୫୦ ଟି ଛତୁ ବେଡ଼ରୁ ଦୈନିକ ୫୦ କେଜିରୁ ଅଧିକ ଛତୁ ଉତ୍ପାଦିତ ହେଉ ଥିବା ସୂଚନା ଦିଆଯାଇଛି । ଆଜି ଅନୁଷ୍ଠିତ ସାଧାରଣ ସଭାକୁ ଡିପିସି ମିଶନ ଶକ୍ତି କାର୍ତ୍ତିକ ନାୟକ ପରିଚାଳନା କରିଥିବା ବେଳେ ଡେପୁଟି ସିଇଓ ଓରମାସ ଯୁବରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଜିଲ୍ଲାପାଳ ସୁବର୍ଣ୍ଣପୁର ତଥା ଅନ୍ୟାନ୍ୟ ଅଧିକାରୀ ହରଡ଼ଖୋଲ ଛକ ପାଖରେ ଥିବା ତାରାତାରିଣୀ ବେକେରି ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.