ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର କଲ୍ୟାଣ ମଣ୍ଡପଠାରେ ୨ ଦିନ ଧରି ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ମଣ୍ଡଳ ସଭାପତି ହିମାଂଶୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହଲିଙ୍ଗ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜୁନ।ଗଡର ପୂର୍ବତନ ଏନ୍ଏସି ଚେୟାରମେନ ମୁକେଶ ଅଗ୍ରୱାଲ, ବରଗଡ଼ ବିଜେପି ଜିଲ୍ଲା ସଭାପତି ଅରୂପା ସାହୁ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର କାର୍ଯ୍ୟକର୍ତ୍ତା ନିର୍ମାଣ, ମୋଦି ମୂଲ୍ୟବୋଧ, ସମାଜ କଲ୍ୟାଣ ଉପରେ ନିଜକୁ ନିଜେ ନିୟୋଜିତ କରିବେ । ଏହାସହ କର୍ମୀମାନେ ଗୋଟିଏ ନାରା ଦେଇ ଆଗକୁ ବଢ଼ିବାରେ ସକ୍ଷମ ହେବେ ସେହି ନାରା ହେଲା ସବ୍କା ସାଥ୍, ସବ୍କା ବିଶ୍ୱାସ୍, ସବ୍କା ବିକାଶ ନେଇ ଏହି ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ ହୋଇଛି । ଏହା ଆଗଲପୁରର ୧ ନମ୍ବର ଜୋନରେ ୯ ଗୋଟି ଗ୍ରାମ ପଞ୍ଚାୟତର ୪୯ଟି ବୁଥରେ ୧୧ଟି କମିଟି ଗଠନ କରାଯାଇ ଆଗାମୀ ନିର୍ବାଚନରେ ବିଜେପିର ଲଢ଼ୁଆ ସେନା ଗଠନ ପାଇ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି । ଏହା ସହିତ ସରକାରଙ୍କ ସଫଳତା ଓ ଉନ୍ନୟନ କାର୍ଯ୍ୟ ଏକାତ୍ମ ମାନବବାଦର ସଂକଳ୍ପକୁ ନେଇ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ଉପସ୍ଥିତ ବିଜେପି କର୍ମୀ ଓ ଅତିଥିମାନେ ଦିନ ଦୟାଲ ଉପାଧ୍ୟାୟ, ଭାରତମାତା, ଶ୍ୟାମା ପ୍ରସାଦ ମୂଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ, ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ନବୀନ ମହାକୁର, ପାଣ୍ଡବ ପୁଟେଲ, ସୁକେଶ ଥପା, ସିଭିଲ ସାହୁ, ପ୍ରେମାନନ୍ଦ ପଧାନ, ନୀଳକଣ୍ଠ ସାହୁ, ଚମ୍ପେଶ୍ୱର ଦୋରା, ଗୀତାଞ୍ଜଳି ଭୋଇ, ଅଞ୍ଜଳି ପାତ୍ର, ସଞ୍ଜୟ ମେହେର, ନିଳୀମା ସାହୁ, ଫକୀର ସାହୁ , ଜୟନ୍ତ ସେଟ୍, ଡିଙ୍ଗର ଜାଲ ପ୍ରମୁଖ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।
Prev Post
Next Post