ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଏକ ସିଲେଇ ମେସିନ୍ ପ୍ରଶିକ୍ଷଣ ଶିବିର ୦୭ ଏପ୍ରିଲ ୨୦୨୬ ସକାଳ ୮.୩୦ ମିନିଟ ସମୟରେ ଉଦଘାଟିତ ହୋଇଯାଇଛି । କ୍ଲବ୍ ସଭାପତି ଲାୟନ ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ତଥା ଲାୟନ୍ସ କ୍ଲବ ସଦସ୍ୟ ଶ୍ରୀମତୀ ମମତା ଦେବୀ ଜୈନ ଉଦ୍ଘାଟନ କରିଥିଲେ । ଲାୟନ୍ସ କ୍ଲବ ତରଫରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ କରି ମହିଳା ତଥା ଯୁବତୀଙ୍କୁ ଆତ୍ମ ନିର୍ଭରଶୀଳ କରିବାର ପ୍ରଚେଷ୍ଟାକୁ ମୁଖ୍ୟ ଅତିଥି ଶ୍ରୀମତୀ ମମତା ଦେବୀ ଜୈନ ପ୍ରଶଂସା କରିଥିଲେ । ଏହି ଶିବିର ଦୁଇ ମାସ ଧରି ପ୍ରତ୍ୟେକ ଦିନ ସକାଳ ଆଠଟାରୁ ଦଶଟା ଯାଏଁ ଦୁଇ ଘଣ୍ଟା ଧରି ପ୍ରଶିକ୍ଷଣ ପ୍ରଦାନ କରାଯିବ, ପ୍ରଶିକ୍ଷଣ ଦେବା ପାଇଁ ଖୋଲାନରୁ ପ୍ରଶିକ୍ଷକ ଭାଗିରଥୀ ନାଗ । ଏହି ଶିବିରକୁ ପରିଚାଳନା କରିବାରେ କ୍ଲବ୍ ସମ୍ପାଦକ ଲାୟନ୍ ପଙ୍କଜ କୁମାର ନାମ ଦେବ, ପ୍ରକଳ୍ପ ନିର୍ଦ୍ଦେଶକା-ଲାୟନ୍ ବବିତା ଶର୍ମା, କ୍ଲବର ମାର୍କେଟିଙ୍ଗ ଚେୟାର ପର୍ସନ ଲାୟନ ସଞ୍ଜୟ କୁମାର ନାୟକ, ମଞ୍ଚ ପରିଚାଳନା କରିଥିଲେ । ଲାୟନ ଗଙ୍ଗାଧର ଶର୍ମା, କ୍ଲବର ଚାଟାର୍ଡ ମେମ୍ବର ଲାୟନ ଗୋପାଳ ଲାଠ, ରତ୍ନାକର ସାହୁ, ଲାୟନ ଲିଙ୍ଗରାଜ ସାହୁ, ଶମ୍ଭୁ ପ୍ରସାଦ ଗୋଏଲ, ସନ୍ତୋଷ ମହାନ୍ତି, ଦୀପକ କୁମାର ପୃଷ୍ଟି, ଆବାସ ଖାଁ, ସୁଜିତ ଚୌଧୁରୀ, ପ୍ରଦୀପ ବାରିକ, ଡ. ନରେନ୍ଦ୍ର ଅଗ୍ରୱାଲ, କ୍ଲବର ମହିଳା ସଦସ୍ୟା ଶ୍ରୀମତୀ ଲଳିତା ଲାଠ, ମିନାକ୍ଷୀ ସାହୁ, ଜୁଲି ସାହୁ, ଗୀତାଞ୍ଜଳି ମହାରଣା, ନୀତୁ ଗୋଏଲ, ରେଖା ଅଗ୍ରୱାଲ, ସୀମା ଗୋଏଲ, ଅର୍ଚ୍ଚନା ଗୋଏଲ, ଗାୟତ୍ରୀ ଜୈନ, ଶିଳ୍ପ।ଞ୍ଜଳି ନାମଦେବ, ଲିଓ କ୍ଲବର ସଭାପତି ପ୍ରତ୍ୟୁଷ ସାହୁ, ଲିଓ ଶୁଭଦୀପ ସାମନ୍ତ, ସୁଶୀଲ ଗୋଏଲ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।