ବାରବନ୍ଧ ଗ୍ରାମରେ ମା’ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଗ୍ରାମର ଖେଳପଡ଼ିଆଠାରେ ମା’ ବାରଖୁଲେନ କ୍ରିକେଟ କ୍ଲବ ପକ୍ଷରୁ ମା’ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିବସରେ ମୁଖ୍ୟ‌ଅତିଥି ଭାବେ ଗୁଡିଘାଟ ସରପଞ୍ଚ ପ୍ରତିନିଧି ତଥା ଯୁବ ସମାଜସେବୀ ଗିରିଧାରୀ ମହାନନ୍ଦ, ସମ୍ମାନିତ ଅତିଥି ମୁରିବାହାଲ ବ୍ଳକ କଂଗ୍ରେସ ସଭାପତି ଗିରିଧାରୀ ସାହୁ, ସମାଜସେବୀ ଦୁର୍ବାସା ସାହୁ ଯୋଗଦେଇ ଫିତାକାଟି ଖେଳକୁ ଉଦଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚର ପ୍ରଥମ ରାଉଣ୍ଡ ଖେଳରେ ଗୁର୍ଜିଭଟାକୁ ପରାସ୍ତ କରି ବାନ୍ଦୁପଲା ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡ ଖେଳରେ ବାରବନ୍ଧକୁ ହରାଇ ବାଙ୍କେଲ ଦଳ ବିଜୟ ଲାଭ କରିଥିଲା । ସେହିପରି ଦୁଇଟି ରାଉଣ୍ଡର ବିଜୟୀ ଦଳକୁ ନେଇ ତୃତୀୟ ରାଉଣ୍ଡ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ତୃତୀୟ ରାଉଣ୍ଡ ଖେଳରେ ବାନ୍ଦୁପଲା ଦଳକୁ ହରାଇ ବାଙ୍କେଲ ଦଳ ସେମି ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି । ଆମ୍ପାୟାର ରୂପେ ଖେଳ ପରିଚାଳନା ଧୁବଲେ ଭୋଇ ଓ ସୁଶାନ୍ତ ନାଏକ କରିଥିବା ବେଳେ ସେବା ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ଭିକାରୀ ଭୋଇ, ଉପସଭାପତି ବିବେକ ସାହୁ, କୋଷାଧ୍ୟକ୍ଷ ଆକାଶ ସାହୁ, ପଦ୍ମନ ମାଝୀ, ଉମେଶ ସାହୁ, ଅମିର ବଘାର, କାଳିଆ ପ୍ରଧାନ, ବିକାଶ ନାଏକ, ମଣ୍ଟୁ ନାଏକ, ରଞ୍ଜନ ବଘାର, ପ୍ରଦୀପ ଭୋଇ, ଅମିତ ନାଏକ, ଲିଙ୍କନ ସାହୁ, ନର ମାଝୀ, ଶୁକମଣି ଚିନାଗୁନ, ପ୍ରଦୀପ ନାଏକ, ହ୍ରିତିକ ଭୋଇ, ଲକ୍ଷପତି ଭୋଇ, ଛୋଟୁ ସାହୁ, ପ୍ରସନ୍ନ ନାଏକ, ମନୁ ନାଏକଙ୍କ ସହ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.