ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ, ବଙ୍ଗୋମୁଣ୍ଡା ଠାରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଶୋଭେନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟିତ ଏହି ସଭାରେ ଅଧ୍ୟାପିକା ଦମୟନ୍ତୀ ମେହେର, ଜୟନ୍ତୀ ଖୁଣ୍ଟିଆ, ପ୍ରଭାସିନୀ ମେହେର, ଅଧ୍ୟାପକ ଆଲୋକ କୁମାର ରଥ, ନଟବର ବେହେରା, ଖେଳ ଶିକ୍ଷକ ଜୟପ୍ରକାଶ ସାହୁ ଓ ପ୍ରଶିକ୍ଷିକା ଯାଜ୍ଞସିନୀ ସାହୁ ମଞ୍ଚାସୀନ ଥିଲେ । ଅଧ୍ୟକ୍ଷ ନିଜେ ମତବ୍ୟକ୍ତ କରି କହିଥିଲେ ଯେ, ନିଜକୁ ରକ୍ଷା କରିବା ସହିତ ସମାଜର ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସତ୍-ସାହାସ ସହିତ ଆଗେଇଯିବା ବାଞ୍ଛନିୟ ବୋଲି କହିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଆଲୋକ କୁମାର ମୁଣ୍ଡ, ଡିଲେଶ୍ୱର ନିଆଲ, ଭାସ୍କର ମେହେର, ରାମକୃଷ୍ଣ ବାଗ, ରଞ୍ଜିତ କୁମାର ସଗରିଆ, ଗିରିଶ ଚନ୍ଦ୍ର ଧୁବଲ, ଲେଖୁପ୍ରସାଦ ବଛା, ଲୋକନାଥ ମେହେର, ଭୂଷଣ ଚନ୍ଦ୍ର ମେହେର, କ୍ଷୀରସିନ୍ଧୁ ରଣା, ଦେବରାଜ ମେହେର, ସୁବର୍ଣ୍ଣ ସେନ୍ଦ୍ରୀଆ ତଥା ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପ୍ରକାଶ ଥାଉ କି, ୧୫୫ ଜଣ ଛାତ୍ରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ଦିନ ଉଦ୍ଯାପିତ ହେବ ବୋଲି ସୂଚନା ମିଳିଛି ।