କେସିଙ୍ଗା, (ପ୍ରୀତେଶ ପଟେଲ) : କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାର ୧୭୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଭିଡିଓ କନଫରେନ୍ସ ମାଧ୍ୟମରେ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ଆଦର୍ଶ ଥାନାରେ ନୂତନ ଗୃହ ମଧ୍ୟ ଉଦଘାଟନ କରିଛନ୍ତି । କେସିଙ୍ଗା ଆଦର୍ଶ ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କେସିଙ୍ଗା ଏସ୍ଡିପିଓ ସନ୍ଦୀପ ମାଝୀ, ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ଵାଳ, ଏସ୍ଆଇ ରାହାସ ବିହାରୀ ଶାହ, ଅରକ୍ଷୀତ ମାଝୀ, ରାଜେଶ ପରିଡା, ରେଣୁକା ଖେସ୍, ଏଏସ୍ଆଇ ଧନେଶ୍ଵର ସୁନାନୀ, ଶାନ୍ତିଲତା ବାରିକଙ୍କ ସମେତ କେସିଙ୍ଗା ନଗରପାଳ ନୃପରାଜ ଯାଦବ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ପୂର୍ବତନ ନଗରପାଳ ରାମ କୁମାର ଜୈନ, ପ୍ରତାପ ବାଗ, ବଂଶୀପାଣି ଶାହା, ସିଲୁ ପରିଡା, ନଳିନୀ ପଟ୍ଟନାୟକଙ୍କ ସମେତ କେସିଙ୍ଗାର ପ୍ରମୁଖ ଗଣମାଧ୍ୟମର ପ୍ରତିନିଧି ଓ କେସିଙ୍ଗା ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
Prev Post