ନବଗଠିତ ଲୋଇସିଂହା ଏନ୍‌ଏସିର କାର୍ଯ୍ୟାଳୟ ଉଦଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ପରିସରରେ ନବ ଗଠିତ ଏନ୍‌ଏସିର ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସ ଜରିଆରେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହାର ଶୁଭାରମ୍ଭ ପୂର୍ବକ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଏନ୍‌ଏସି ଅଧିନ ଗ୍ରାମ ଗୁଡିକରେ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ତ୍ୱରାନ୍ୱିତ କରାଯିବ ବୋଲି ସେ ସୂଚନା ଦେଇଥିଲେ । ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ତଥା ନୂତନ ଏନ୍‌ଏସିର ପ୍ରଥମ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ ପାଣି ଉଡ଼ୁ, ଏବିଡ଼ିଓ କିଶୋର ମାନସିଂହ, ବୁର୍ଡା ସରପଞ୍ଚ ସୁଦୀପ ସା, ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ଵାଳଙ୍କ ସମେତ ପଞ୍ଚାୟତ ସମିତିର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଏନ୍‌ଏସିର ଅସ୍ଥାୟୀ କାର୍ଯ୍ୟାଳୟକୁ ବୁର୍ଡା ସରପଞ୍ଚ ସୁଦୀପ ସା ଫିତା କାଟି ଉଦ୍‌ଘାଟନ କରିଥିଲେ । ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉଡ଼ୁ ଆଜିଠାରୁ ଦାୟିତ୍ଵ ଗ୍ରହଣ କରିଥିବା ଜଣାଯାଇଛି ।

Leave A Reply

Your email address will not be published.