- ଉଦଘାଟନି ମ୍ୟାଚରେ ଗୋହିରା ପଦରକୁ ହରାଇ ନଙ୍ଗଲାଜୁରୀ ଦଳ ବିଜୟୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ପାତଲପଡ଼ା ଗାଁରେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ବାହାରିଥିଲା । ଗାଁ ପଡିଆରେ ଆରମ୍ଭ ହୋଇଥିବା ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା ଯୋଗଦେଇ ଉଦଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଯୁବ ସମାଜସେବୀ ସୁଶାନ୍ତ ବେହେରା, କଳିଙ୍ଗ ଟିଭିର କଣ୍ଟାବାଞ୍ଜି ପ୍ରତିନିଧି ଦୀପକ କୁମାର ଦାସ ଯାଦବ ନ୍ୟୁଜ ୧୮ ବଲାଙ୍ଗିର ର୍ୟୁରାଲ ପ୍ରତିନିଧି ସୁରଦାସ ବାଗ, ଅର୍ଗସ ନ୍ୟୁଜ କଣ୍ଟାବାଞ୍ଜି ପ୍ରତିନିଧି ହୁଲେଶ୍ୱର ହଂସ, ନ୍ୟୁଜ ସେଭେନ କଣ୍ଟାବାଞ୍ଜି ପ୍ରତିନିଧି ଅଶୋକ ନାରାୟଣ ଭୋଇ, ଯୁବନେତା ପ୍ରଭୁଲାଲ ବେହେରା, ପୂର୍ବତନ ୱାର୍ଡ ମେମ୍ବର ଭରତ ନାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅଞ୍ଚଳ ଆଖପାଖ ଗାଁର ୧୬ଟି ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ବେଳେ ଆସନ୍ତା ୧୯ ତାରିଖ ଫାଇନାଲ ମ୍ୟାଚ ସହ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଗୋହିରାପଦର ଦଳ ବ୍ୟାଟିଂ କରି ୮ ଓଭରରେ ୨ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିବା ବେଳେ ଜବାବରେ ନଙ୍ଗଲାଜୁରୀ ଦଳ ବ୍ୟାଟିଂ କରି ୭ ଓଭରରେ ୩ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଡମନା ହଂସ ଓ ମଣି ବଚ୍ଛା ଖେଳ ପରିଚାଲନା କରିଥିଲେ । ଆୟୋଜକ କମିଟିର ସଭାପତି ମୋହନ ଲାଲ ନାଗ, ଉପ ସଭାପତି ବିନୋଦ ନାଗ, ସମ୍ପାଦକ ଡମନା ହଂସ, ସହ ସମ୍ପାଦକ ଅଚ୍ୟୁତ ବଚ୍ଛା, କୋଷାଧ୍ୟକ୍ଷ ଗଗନ ହଂସ, ସଦସ୍ୟ ତରୁଣ ଟାହାଣୀ, ମଧୁ ଜାନୀ, ଚମ୍ପେ ଜାନୀ, କରନ ଭୋଇ, ସିଦ୍ଧାନ୍ତ ଭୋଇ, ମିନି ବଚ୍ଛା, ବିଜୁ ଭୋଇ, କୌତୁକ ଜାନୀ, ଦେବରାଜ ଜାନୀ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।