ଆଦିବାସୀପଡା ଠାରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରା ଗ୍ରାଉଣ୍ଡନାଟ୍ ଏବଂ ଏଗ୍ରି-ପ୍ରଡକ୍ଟ ପ୍ରକ୍ରିୟାକରଣ କ୍ଲଷ୍ଟର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଆଦିବାସୀପଡା ଠାରେ ଗ୍ରାଉଣ୍ଡନାଟ୍ ଏବଂ ଏଗ୍ରି-ପ୍ରଡକ୍ଟ ପ୍ରକ୍ରିୟାକରଣ କ୍ଲଷ୍ଟର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସଇଁନ୍ତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଜନ ସାଧାରଣ ତଥା କୃଷକ ମାନେ ପ୍ରଶାସନକୁ ପ୍ରଶଂସା କରିଥିବା ବେଳେ ଏଥିରେ ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.