ପାଇକମାଲ ସରକାରୀ ଆୟୁର୍ବେଦ ଚିକିତ୍ସାଳୟରେ ନିଦାନ କେନ୍ଦ୍ର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଆୟୁର୍ବେଦ ଚିକିତ୍ସାଳୟରେ ଆଜି ନୂତନ ନିଦାନ କେନ୍ଦ୍ରକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚିକିତ୍ସକ ମାନେ ନିସ୍ୱାର୍ଥ ଭାବେ ରୋଗୀ ମାନଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ସ୍ଥାନୀୟ ଲୋକେ ଏହି ସେବାର ଲାଭ ଉଠାଇବାକୁ ସାଂସଦ କହିଥିଲେ । ସୂଚନଯୋଗ୍ୟ ଯେ, ଏହି କେନ୍ଦ୍ରରେ ବର୍ତ୍ତମାନ ୧୬ ପ୍ରକାର ରକ୍ତ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି । ଆସନ୍ତା ଦିନରେ ୨୨ ପ୍ରକାର ରକ୍ତ, ମଳ, ମୂତ୍ର ପରୀକ୍ଷାର ସୁବିଧା ଲୋକେ ପାଇପାରିବେ । ସଭାରେ ସମ୍ମାନିତ ଅତିଥି ଭାବେ କ୍ରିଷ୍ଣା ଡ଼ାଇଗ୍ନୋଷ୍ଟିକର ରାଜ୍ୟ ପରିଚାଳନା ମୁଖ୍ୟ ରାଜେନ୍ଦ୍ର ଜେନା, ସନ୍ତୋଷ ସାହୁ, ବରିଷ୍ଠ ଚିକିତ୍ସକ ଡାକ୍ତର ଅଜିତ୍ ଦର୍ଜି, ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଉପ ଅଧିକ୍ଷକ ଡାକ୍ତର ଶରତ କୁମାର ବେହେରା ଯୋଗ ଦେଇଥିଲେ । ସଭାକୁ ଡାକ୍ତର ଲେବିୟ ସାଗର ପରିଚାଳନା କରିଥିବା ବେଳେ ଶେଷରେ ଡାକ୍ତର ମୂରଲୀଧର ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଶ୍ରୀକାନ୍ତ ନାଗ, ଡାକ୍ତର ଶ୍ରୀକାନ୍ତ ରାଉତ, ଡାକ୍ତର ସ୍ୱାଗତିକା ପ୍ରଧାନ, ଡାକ୍ତର ନିରୁପମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡାକ୍ତରଖାନା ପରିସରରେ ମୁଖ୍ୟ ଅତିଥି ସାଂସଦ ପ୍ରଦୀପ ପୁରୋହିତ ଔଷଧୀୟ ବୃକ୍ଷରୋପଣ କରିଥିଲେ ।

Leave A Reply

Your email address will not be published.