ଲୋଇସିଂହା, (ବିମଳେନ୍ଦୁ ସାହୁ) : ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ ଟ୍ରଷ୍ଟବୋର୍ଡ ଏବଂ ଏଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ୧୮ ତମ ରାଜ୍ୟସ୍ତରୀୟ “ଲୋଇସିଂହା କପ ଫୁଟବଲ ଟୁର୍ଣାମେଣ୍ଟ” ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚ୍ ବରଗଡ଼ ଓ ସୋନପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଖେଳ ଅମିମାଂସିତ ରହିବାରୁ ଟ୍ରାଇବେକରର ସହାୟତା ନିଆଯାଇଥିଲା । ଏଥିରେ ବରଗଡ଼ ଏକାଦଶ ବିଜେତା ହୋଇଥିଲା । ମ୍ୟାଚ୍ କମିଶନର ସୁଦୟ ବାରିକଙ୍କ ତତ୍ୱାବଧାନରେ ସନ୍ଦୀପ ତରିଆ, କରୁଣାକର ପଧାନ, ରୋଶନ୍ ମେହେର, ସୁରେଶ ନାଏକ ଖେଳ ପରିଚାଳନା କରିଥିଲେ । ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ଜମିଦାର ଅର୍ଚ୍ଚନା ସିଂ ରାଏ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଏସବିଆଇ ମୁଖ୍ୟ ପରିଚାଳକ ଶାଲୀନି କୁଲ୍ଲୁ, ଟ୍ରଷ୍ଟବୋର୍ଡ ସମ୍ପାଦିକା ସ୍ମିତା ମିଶ୍ର, ସରପଞ୍ଚ ନବକିଶୋର ନାଏକ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟବୋର୍ଡ ସଦସ୍ୟ ତଥା ଅବସରପ୍ରାପ୍ତ ଶିକ୍ଷାବିତ୍ ବିଭୂତି ଭୂଷଣ ସାହାଣୀ, ଦିଲୀପ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରତିଯୋଗିତାରେ ମୋଟ ୮ ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ଆସନ୍ତା ୨୦ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଯୋଗିସର୍ଡ଼ା ସ୍ଥିତ ଶ୍ରୀୟା ଟେଣ୍ଟ ହାଉସ ତରଫରୁ ପ୍ରତି ଗୋଲପିଛା ଏକ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦେବା ସକାଶେ ଘୋଷଣା କରାଯାଇଥିଲା । ଆସନ୍ତାକାଲିର ପ୍ରତିଯୋଗିତା ବୌଦ ଓ ଲୋଇସିଂହା ମଧ୍ୟରେ ଅନୁଷ୍ଠିତ ହେବ । ସରୋଜ ବିଶ୍ଵାଳ, ଶିବ ଅଗ୍ରୱାଲ, ଦେବବ୍ରତ ବିଶ୍ଵାଳ, ମୋହିତ ମିଶ୍ର, ଭାଗବତିଆ ଭୋଇ, ରଞ୍ଜନ ବେହେରା, ସୁଧାଂଶୁ ଶେଖର ପାଣ୍ଡିଆ, ପ୍ରକାଶ ମହାରଣା, ଅଞ୍ଜନ ବେଶ୍ରା, ନଯୁ ଖାନ ପ୍ରମୁଖ ସହଯୋଗ କରିଥିଲେ ।
Prev Post
Next Post