ନୂଆପଡ଼ାରେ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ପଞ୍ଚାୟତ ନୂଆପଡା ଗାଁ ଖେଳ ପଡିଆରେ ନୂଆପଡା କ୍ରିକେଟ କ୍ଲବ ଦ୍ୱାରା ସୀମିତ ଓଭର କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜ୍ୟୋତ୍ସନାରାଣୀ ସାହୁ, ପୂର୍ବତନ ସାଂସଦ ପ୍ରତିନିଧି ତଥା ଯୁବନେତା ପ୍ରଦ୍ୟୁମ୍ନ ହୋତା, ଲିଙ୍ଗରାଜ ପୁଟେଲ ଉପସ୍ଥିତ ଥିଲେ । ଗୋପୀନାଥ ପଶାୟତ, ଦିଲ୍ଲୀପ ସାହୁ, ହୃଷିକେଶ ବଗର୍ତ୍ତି ଏବଂ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଶିବତଳା ଓ ଶିଆଳଜୋର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଉଦଘାଟନୀ ମ୍ୟାଚରେ ଶିଆଳଜୋର ଦଳ ବିଜୟୀ ହୋଇଥିଲା ।

Leave A Reply

Your email address will not be published.