କପିଲାଭଟାରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି ଓ ମାଁ ସାହାଜି ଯୁବକ ସଂଘ କପିଲାଭଟାର ମିଳିତ ଆନୁକୂଲ୍ୟରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ସଭାପତି ମନ୍ମଥ ହଂସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ କପିଲାଭଟା ପଞ୍ଚାୟତ ସରପଞ୍ଚ ତୁଳସେ ଭୋଇ, ମୁଖ୍ୟବକ୍ତାଭାବେ ଟିଟିଲାଗଡ ଡିଏଭି କଲେଜର ଅଧ୍ୟାପକ ଭବାନୀଶଙ୍କର ଭୋଇ,ସମ୍ମାନୀୟ ଅତିଥିଭାବେ ବଲାଙ୍ଗିର ଜିଲ୍ଲା କୃଷକ ସାଥି ସଂଘର ସଭାପତି ସୌଦାଗର ସାହୁ, ସମାଜସେବୀ ପରମେଶ୍ୱର ମହାନନ୍ଦ, ମାଁ ସାହାଜି ଯୁବକ ସଂଘର ସଭାପତି ଜିତାମିତ୍ର ବିଶି, ସ୍ୱେଚ୍ଛାସେବୀ ଧର୍ମେନ୍ଦ୍ର ଦାସ, ମାଁ ସାହାଜି ଯୁବକ ସଂଘର ପୂର୍ବତନ ସମ୍ପାଦକ ପରମାନନ୍ଦ ଛତ୍ରୀଆ, ଆୟୋଜକ କମିଟିର ସମ୍ପାଦକ ବିଷ୍ଣୁପ୍ରସାଦ ଗହିର, ପ୍ରମୁଖ ଅତିଥିଭାବେ ଯୋଗଦେଇ ଅଞ୍ଚଳର କଳା,ସଂସ୍କୃତି,ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ କରିବା ସହ ସ୍ଥାନୀୟ କଳାକାରମାନଙ୍କୁ ସୁଯୋଗ ଦେବାର ଏକ ମଞ୍ଚ ପାଲଟିଛି । ଗିରିଗୋବର୍ଦ୍ଧନ ମହୋତ୍ସବ ମଞ୍ଚ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆବାହକ ତଥା ସାମ୍ବାଦିକ ହୁଲେଶ୍ୱର ହଂସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଯାଜପୁରର ଗୁରୁ ସନ୍ତୋଷ କୁମାର ସ୍ୱାଇଁ ଓ ସାଥିଙ୍କ ଦ୍ଵାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ହୋଇଥିଲା । ସେହିପରି କେନ୍ଦ୍ରାପଡାର ଉଷାରାଣୀ ଗୀତିନାଟ୍ୟ ପରିଷଦ ଏବଂ ସଂଗୀତ ସଦନ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ । ଆସନ୍ତା ୨୩ ତାରିଖ ଦିନ ଉଦ୍‌ଯାପିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.