
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ନକ୍ ଆଉଟ ଫୁଟବଲ ଖେଳ ଉଦ୍ଘାଟିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ଜେକେୱାଇଏସ କାଲସାଏପାଲି ୨-୦ ଗୋଲରେ ଡିଏଫ୍ଏ ବଲାଙ୍ଗିରକୁ ହରାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜିବୀ ଶଶାଙ୍କ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅତିଥି ଭାବେ କ୍ରୀଡା ସଂସଦର ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ଡା. ସିର୍ଦ୍ଦେଶ୍ୱର ମିଶ୍ର, କାଉନସିଲ ସଦସ୍ୟ ପ୍ରଭାତ କୁମାର ମିଶ୍ର, ଶ୍ରୀକାନ୍ତ ରାଉତ ଓ ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ଯୋଗ ଦେଇଥିଲେ । ଖେଳକୁ ଦୋଳଗୋବିନ୍ଦ ମୁଣ୍ଡା, ତ୍ରିନାଥ ଚନ୍ଦ୍ର, ସଂଜିତ ତରିଆ, ଜିତୁ କୁମାର ଦଲାଇ ଓ ନରସିଂସ୍ୱାମୀ ନାଇଡୁ ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ସରଗାଡ ଏଫ୍ଏ ୩-୨ ଗୋଲରେ ସାଇଟ ସଦାଇପାଲିକୁ ହରାଇ ବିଜୟୀ ହୋଇଛି । ମୁଖ୍ୟ ଅତିଥି ଭାବେ ସାଇଟ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ । ଆଦିତ୍ୟ ପଟ୍ଟନାୟକ, ନିସାରକାନ୍ତ ନାଗ ଉପସ୍ଥିତ ଥିଲେ । ଖେଳକୁ ଉମେଶ ଭୋଇ, ଜ୍ୟୋର୍ତିମୟ ରାଉତ, ସୁରେଶ ନାଏକ, ସୁଧାଂଶୁ ସେଠ ଓ ସୁନିଲ ଚନ୍ଦ୍ର ବିଶ୍ୱାଲ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ଡଙ୍ଗାଘାଟ ୩-୦ ଗୋଲରେ ଲୁଚକିବନ୍ଧକୁ ହରାଇ ବିଜୟୀ ହେଲା । ପୂର୍ବତନ ଖେଳାଳି ଲୋକନାଥ କୁମୁରା, ବୁଦ୍ଧଦେବ ନାଏକ, ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଓ ଦେବରାଜ ନାହାକ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ପୁରୁଷୋତ୍ତମ ବୁଡେକ, ମଣ୍ଟୁ ବେହେରା, ମନୋଜ ବେହେରା ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ସିହିନି ଟ୍ରାଇବ୍ରେକର ୪-୨ ଗୋଲରେ ଭାଟିପଡାକୁ ହରାଇ ବିଜୟୀ ହେଲା । ପୂର୍ବତନ ଖେଳାଳି ସଦାନନ୍ଦ ନାଏକ, ହରି ଥପା ଓ ପଦ୍ମନ ପ୍ରଧାନି ଅତିଥି ଭାବେ ଯୋଗ ଦେଇଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ଜରାସିଂହା ୪-୦ ଗୋଲରେ ନାଇକେନସିରାକୁ ହରାଇ ବିଜୟୀ ହେଲା । ପୂର୍ବତନ ଖେଳାଳିି ସଚ୍ଚିଦାନନ୍ଦ ପାଢି, ଚିତ୍ତ ରଂଜନ ଥନାପତି ଓ ବିଏନ୍ଏଏ ସଭାପତି କରୁଣାକର ମେହେର ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ କୁନ୍ତେ ମେହେର, ସତ୍ୟ ଦଣ୍ଡସେନା, ଡୋଳାମଣି ବଗର୍ତ୍ତି ଓ ଶୁଶାନ୍ତ ଥନାପତି ପରିଚାଳନା କରିଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ଲୋଇସିଂହା ୪-୦ ଗୋଲରେ ମୁରସୁଣ୍ଡକୁ ହରାଇ ବିଜୟୀ ହେଲା । ପୂର୍ବତନ ଖେଳାଳି ବିଭୁତି ଭୂଷଣ ସାହାଣି ଓ ବିଶ୍ୱ ଭୁୟାଁ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ କରୁଣାକର ପ୍ରଧାନ, ଅଞ୍ଜନ ଭେସ୍ରା, ରୋଶନ ମେହେର, ଗୋପାଳ ପ୍ରଧାନ ଓ ବିଜୟ କୁମାର ରଣା ପରିଚାଳନା କରିଥିଲେ । ବଙ୍ଗୋମୁଣ୍ଡା ପଡିଆରେ ବଡଗମଡା ୧-୦ ଗୋଲରେ ମମିଆଁକୁ ହରାଇ ବିଜୟୀ ହେଲା । ବଙ୍ଗୋମୁଣ୍ଡା ପଂଚାୟତ ସରପଂଚ ଅଜିତ ଯୋଷୀ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ଦୁଷ୍ମନ୍ତ ସାହୁ, ଦୁଷ୍ମନ୍ତ ବେହେରା, ବୁଲୁ ମାଝି, ଡିସାମ୍ବର ଭୋଇ, ସୁନିଶ ପ୍ରଧାନି ଓ ଗଣେଷ ଭୋଇ ପରିଚାଳନା କରିଥିିଲେ । ଖୁଜେନପାଲି ପଡିଆରେ ରିସନ କାଲସାଏପାଲି ୯-୦ ଗୋଲରେ ଜେଆଇଟିଏମ୍ କୁ ହରାଇ ବିଜୟୀ ହେଲା । ସଂସଦର ସଦସ୍ୟ ଭୁପେନ୍ଦ୍ର ପ୍ରସାଦ ସିଂ, ସରୋଜ ତ୍ରିପାଠି ଓ ରାମାନନ୍ଦ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ରାଜେନ୍ଦ୍ର ଧରୁଆ, ସୁଦର୍ଶନ ସେଠ, ସୁଶାନ୍ତ ନାଗ, ଜ୍ୟୋତି ମହାନନ୍ଦ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ ।