centurian jitm

ଜେପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

nschool

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ସାମ୍ବାଦିକ ସମୂହ ଆନୁକୂଲ୍ୟରେ କଲମପୁର ମିନି ଷ୍ଟାଡିୟମରେ ଆଜି ଜର୍ଣ୍ଣାଲିଷ୍ଟ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ପତାକା ଉତ୍ତୋଳନ ପୂର୍ବକ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥୀ ଭାବେ ପୂର୍ବତନ ସରପଞ୍ଚ ଚତୁର୍ଭୁଜ ପଣ୍ଡା, ବଡକୁଟ୍ରୁ ସରପଞ୍ଚ ଗଣେଶ ପଣ୍ଡା, ସାମ୍ବାଦିକ ଶଙ୍କର୍ଷଣ ବେହେରା, ରବୀନ୍ଦ୍ର ମିଶ୍ର, ଚକ୍ରଧର ନାଏକ, ଗଣେଶ ବାଗ, ରାଜେଶ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଗ୍ରାମାଞ୍ଚଳରେ ଥିବା କ୍ରିକେଟ ଖେଳାଳିମାନେ କିଭଏି ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରକୁ ଯାଇ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିପାରିବେ ସେଥିପାଇଁ ସେହି ଖେଳାଳି ମାନଙ୍କୁ ଉତ୍ସାହିତ କରିବାପାଇଁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବ୍ଲକ ଅନ୍ତର୍ଗତ ୧୧ ଟି କ୍ରିକେଟ ଟିମ ଏବଂ ସାମ୍ବାଦିକ ମାନଙ୍କ ଏକ ଟିମ ଏଭଳି ୧୨ ଟି ଟିମ ଯୋଗ ଦେଇଛନ୍ତି । ବଡକୁଟ୍ରୁ ପଞ୍ଚାୟତ ଏକାଦଶ ଏବଂ ନୂଆଗାଁ ପଞ୍ଚାୟତ ଏକାଦଶ ମଧ୍ୟରେ ପ୍ରଥମେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବଡ କୁଟ୍ରୁ କ୍ରିକେଟ ଏକାଦଶ ୬ ଉଇକେଟରେ ନୂଆଗାଁ ଏକାଦଶକୁ ପରାସ୍ତ କରି ବିଜୟୀ ହୋଇଥିଲା । ଜିତେନ୍ଦ୍ର କୁମାର ଏବଂ ପ୍ରିୟାଂଶୁ ମହାନ୍ତି ଅମ୍ପାୟାର ଭାବେ ଯୋଗଦେଇ ମ୍ୟାଚ ପରିଚାଳନା କରିଥିବାବେଳେ ଶାଶ୍ୱତ ପଣ୍ଡା ଏବଂ ରଞ୍ଜନ କୁମାର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସାମ୍ବାଦିକ ସୁରେନ୍ଦ୍ର ନାଏକ, ଭୋଜରାଜ ଛତ୍ରିଆ, ଉତ୍ତମ ଗୁପ୍ତା, ଶେଷଦେବ ନାଏକ, ଟଙ୍କଧର ବିହାରୀ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.